ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ।

 



ନୟାଗଡ ଜିଲ୍ଲା  ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୬ବର୍ଷ ପୂର୍ତ୍ତି ଏବଂ ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରାଙ୍କ ନେତୃତରେ ତିନୋଟି ବ୍ଲକ ମଧ୍ୟରେ ଆଜିର ଏହି କାର୍ଯ୍ୟ କ୍ରମକୁ ମହା ଆଡମ୍ବରରେ ପାଳନ ହୋଇଯାଇଛି । ଦଶପଲ୍ଲା ସଦରମହକୁମା ଠାରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରଯାଇଥିଲା ।  ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର , ସବ - ଜେଲ ରେ ଫଳବଣ୍ଟନ,ବୃଦ୍ଧଶ୍ରମରେ ମଧ୍ୟରେଫଳ ବଣ୍ଟନ ସହିତ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଗଣିଆ ବ୍ଲକ ମଧ୍ୟରେ  କିଶୋରପ୍ରସାଦ ଠାରୁ ଗଣିଆ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ତତ ପରେ ନୂଆଗାଁ ବ୍ଲକ  ପଞ୍ଚୁପାଣ୍ଡବ ମନ୍ଦିର ଠାରୁ ବିଜୁଯୁବ ଭବନ ପର୍ଯ୍ୟନ୍ତ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 


ଦଶପଲ୍ଲାର ଆରାଧ୍ୟ ଠାକୁର  ଶ୍ରୀ ଶ୍ରୀ ମହାବୀର ମନ୍ଦିର ପରିସରରୁ ଏକ ବାଇକ୍ ଶୋଭାଯାତ୍ରା କରଯାଇଥିଲା  ।କୃଷ୍ଣାପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର, ନେତାଜୀ ମଇଦାନ ଠାରେ ବିଜୁ ବାବୁ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁଜନତା ଦଳର ୨୬ତମ ପୂର୍ତ୍ତି ୨୭ତମ ପ୍ରତିଷ୍ଠା ଦିବସରେ  କେକ୍ କାଟି ବିଶାଳ  ଜନସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ  କାର୍ଯ୍ୟକ୍ରମରେ ଦଶପଲ୍ଲା ,ନୂଆଗାଁ ,ଗଣିଆ ର ସର୍ବାଧିକ  ବିଜେଡ଼ି କର୍ମୀ ସାମଲି ହୋଇଥିଲେ।   ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ,ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା,ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ଦଶପଲ୍ଲା ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ ,ଦଶପଲ୍ଲା ବ୍ଲକର ଦୃଢ଼ ସଙ୍ଗଠକ ଉପେନ୍ଦ୍ର କୁମାର ସାହୁ ,ଶେଷଦେବ ସ୍ୱାଇଁ,ସଦାଶିବ ମିଶ୍ର ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର,ସମସ୍ତ ଜୋନର  ଜିଲ୍ଲାପରିଷଦ ସଭ୍ୟ,ସମସ୍ତ ପଂଚାୟତ ର ସରପଞ୍ଚ ସମିତିସଭ୍ୟ ତଥା  ଜନସାଧାରଣ, ବୁଦ୍ଧିଜୀବୀ  କାର୍ଯ୍ୟକ୍ରମରେ ଓତପ୍ରୋତ  ଭାବରେ ଯୋଡ଼ିହୋଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ନିର୍ମଳ ,ଭାବମୂର୍ତ୍ତି ,ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟର ସଫଳତା ସଂପର୍କରେ ଆଲୋଚନା କରିବା ସହିତ ସାରା ଓଡ଼ିଶା ସମେତ ସମଗ୍ର ଦଶପଲ୍ଲାର ସାମଗ୍ରିକ ଉନ୍ନତିରେ ସହାୟକ ହୋଇଥିବାରୁ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଦଶପଲ୍ଲା ବିଧାୟକ ।

ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ରାସ୍ତାଘାଟ,ପାନୀୟ ଜଳ,ଶିକ୍ଷା,ବନ୍ୟା ନିୟନ୍ତ୍ରଣ, ମୋବାଇଲ ସେବା ଏବଂ କ୍ରୀଡ଼ା ଭିତ୍ତିଭୂମି  ବିକାଶ ହୋଇଥିବା କଥା ଆଲୋଚନା କରି ଦଶପଲ୍ଲା ବିଧାୟକ ଓ କନ୍ଧମାଳ ସାଂସଦ ଙ୍କୁ କୃତଜ୍ଞତା ଜଣାଇଛନ୍ତି । 

Post a Comment

0 Comments