ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର*

 



ନୂଆଗାଁ - ଆଜି ନୂଆଗାଁ ବ୍ଲକ ସଂପଡ଼ା ଗ୍ରାମରେ ଜଣେ ମହିଳାଙ୍କ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।ସୂଚନା ଥାଉକି ଗତ ୧୦ ଦିନତଳେ ମହିଳା ଜଣକ ଘରୁ କୁଆଡେ଼ ଚାଲିଯାଇଥିବା କଥା ନୂଆଗାଁ ଥାନାରେ ଏକ ଅଭିଯୋଗ ହୋଇଥିଲା ।ଅଭିଯୋଗ କୁ ଭିତିକରି ନୂଆଗାଁ ପୋଲିସ ମଧ୍ୟ ତଦନ୍ତ କରୁଥିବାବେଳେ ଆଜି ସଂପଡ଼ା ଗ୍ରାମରେ ଥିବା ତାଙ୍କ ଘର ପଛପଟେ ୩୦୦ ରୁ ୪୦୦ ମିଟର ଦୂରରେ ଥିବା ଜଙ୍ଗଲରେ ଏକ ଗଛରେ ଉକ୍ତ ନିଖୋଜ ଥିବା ମହିଳା ଜଣକ ର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ନୂଆଗାଁ ବ୍ଲକ ସଂପଡ଼ା ଗ୍ରାମର ମୂରଲୀଧର ପ୍ରଧାନ ଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ପ୍ରଧାନ ବୋଲି ଜଣା ପଡ଼ିଥିବାବେଳେ ତେବେ ଏ ନେଇ ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।


Post a Comment

0 Comments