ନୟାଗଡ ଜିଲ୍ଲା ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା-ବାଣୀଗୋଛା ରାସ୍ତାର ଟାକେରା ଅନ୍ତର୍ଗତ ଝିଣ୍ଟିକାବାରୀ ସନ୍ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣାରେ ଜଣେ ମ୍ରୁତ୍ଯୁବରଣ କରିଥିବା ବେଳେ ଅନେକ ଆହାତ ହୋଇଛନ୍ତି। ରାସ୍ତା କଡରେ ଠିଆ ହୋଇଥିବା ଟ୍ରଲର୍ ସହିତ ଯାତ୍ରୀବାହୀ ମିନିବସ୍ ଧକ୍କା ହେବା ଫଳରେ ଏଭଳି ଘଟଣା ଘଟିଛି। ମ୍ରୁତକ ଜଣକ ହେଲେ ଆଠଗଡ଼ କନ୍ଦରପୁର ଗ୍ରାମର ଚନ୍ଦ୍ରମଣି ରାଉତଙ୍କ ପୁତ୍ର ତ୍ରିଲୋଚନ ରାଉତ, ବୟସ ୩୬ବର୍ଷ ବୋଲି ଜଣାପଡିଛି। ଆହାତ ମାନଂକୁ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦଶପଲ୍ଲା ଦମକଳବାହନି ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଦଶପଲ୍ଲା ଡ୍ରାଇଭର ମହାସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ। ସୂଚନା ଯୋଗ୍ଯ ଯେ,ପଶ୍ଚିମ ଓଡିଶାରୁ ବୁଲାବୁଲି କରି ନିଜ ଗ୍ରାମ ଆଠଗଡ଼କୁ ଫେରୁଥିବା ସମୟରେ ଏଭଳି ଘଟଣା ଘଟିଛି l
0 Comments