ଦଶପଲ୍ଲା ୨୪/୧୨(ରଵିଵାର ଦଶପଲ୍ଲା ବ୍ଲକ ର ଟାକରା ପଞ୍ଚାୟତରେ ଥିବା ଅଗ୍ରଣୀ ଯୁବ ସଂଗଠନ ୟୁଥ୍ ୟୁନାଇଟେଡ଼ କ୍ଳବ୍ ତରଫରୁ ୨୧ତମ ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନ ହୋଇଯାଇଛି।ଏହି ମୁଖ୍ୟଅତିଥି ଭାବରେ ରାଜ୍ୟ ବିଜେଡି ମହିଳା ସେଲ୍ ର ସଂପାଦିକା ମାମି ନାୟକ , ସମ୍ମାନୀତ ଅତିଥି ଭାବରେ ଟାକରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ମଦନ କୁମାର ଜାନୀ, ସମିତିସଭ୍ୟ ପ୍ରଶାନ୍ତ କୁମାର ଦଳବେହେରା ଯୋଗଦାନ କରିଥିଲେ, ଆଜିର ଏହି ପ୍ରଥମ ଦିବସର କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମକରପ୍ରସାଦ.ଵନାମ କୁଲୁରୁକୁମ୍ପା ମଧ୍ୟରେ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା , ଏଥିରେ କୁଲୁରୁକୁମ୍ପା ବିଜୟୀ ହୋଇଥିଲା , ପ୍ରଥମ ଦିନର ମ୍ୟାଚ କୁ ୟୁଥ୍ ୟୁନାଇଟେଡ଼ କ୍ଳବ୍ ର ସଭ୍ୟ ଅଶୋକ କୁମାର ସାହୁ,ପ୍ରତାପ ଚନ୍ଦ୍ର ଦଳବେହେରା ପରିଚାଳନା କରୁଥିବାବେଳେ କ୍ଳବ୍ ର ସଭ୍ୟ ଅନିଲ କୁମାର ପରିଡ଼ା,ପ୍ରିୟବ୍ରତ ଆଚାର୍ଯ୍ୟ, ବାସୁଦେବ ସାହୁ,ଶ୍ରୀକାନ୍ତ ଗୁରୁ,ଅଶୋକ କୁମାର ସାହୁ ସହଯୋଗ କରିଥିଲେ , ଉକ୍ତ ଟୁର୍ଣ୍ଣାମେଣ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ୟୁଥ୍ ୟୁନାଇଟେଡ଼ କ୍ଳବ୍ ତରଫରୁ ଜଣାଯାଇଛି,
0 Comments