ନିଆଁ ଲାଗି ୮ ଶହ କଳେଇ ପୋଡ଼ିଗଲା

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମାରେ ଥିବା କାଉ ତଇଲା ଗହିରରେ ସନ୍ଧ୍ୟା ୬ଟା ସମୟରେ ନିଆ ଲାଗି ୫ ଜଣ ଙ୍କର ୮ ଶହ କାଳେଇ ପୋଡି ଯାଇଥିବା ଜଣାପଡିଛି। ସୂଚନା ଥାଉକି ନୂଆଗାଁ ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ, ନରେନ୍ଦ୍ର କୁମାର ପରିଡା, ମହେଶ୍ୱର ମହାନ୍ତି, କାବୁଲି ନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ ଙ୍କର ବିଲ ମୁଣ୍ଡରେ ୮ ଶହ କଳେ଼ଇ ଗଦା ହୋଇଥିଲା। କେହି ଜଣେ ଦୁର୍ବୃତ୍ତ ନିଆ ଲଗେଇ ଦେବାରୁ ହୁତୁ ହୂତୁ ହୋଇ ଜଳିଗଲ। ନୂଆଗାଁ ଦମକଳ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆ କୁ ଆୟତ କରିଥିଲେ ମଧ୍ୟ ୮ ଶହ କଳେଇ ଜଳି ପୋଡି ପାଉଁଶ ହୋଇଗଲା । କଷ୍ଟ ଉପାର୍ଜନ କରି ଚାଷୀ ବର୍ଷକ ଧାନ ଚାଷ ଅମଳ କରିଥିବା ଧାନ କୁ ନିଆ ଲାଗି ନଷ୍ଟ ହୋଇଥିବାରୁ ସରକାର ଙ୍କ ତରଫରୁ କ୍ଷତି ପୂରଣ କରିବା ପାଇଁ ନିବେଦନ କରିଛନ୍ତି।


Post a Comment

0 Comments