ବର ଅଶ୍ଵସ୍ତ ବୃକ୍ଷ ରୋପଣ ଓ ସୁରକ୍ଷା ଅଭିଯାନ

 


ଦଶପଲ୍ଲ ରଵିଵାର ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ନେଳିଗୁଡା ସ୍କୁଲ ପରିସରରେ ଓଁ ଶ୍ରୀ ହରି ବର ଅଶ୍ଵସ୍ତ ରୋପଣ ଓ ଜାଗରଣ ପ୍ରୟାସ ପରିବାର ଆନୁକୁଲ୍ୟରେ ଦଶପଲ୍ଲା, ନୟାଗଡ ଜିଲ୍ଲାଓ ଜିଲ୍ଲା ବାହାର ର ସାମାଜିକ କର୍ମୀ ଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଆଜିର କାର୍ଯ୍ୟକ୍ରମ ରେ ପରିବେଶ ସମନ୍ୱୟ ସମିତି, ନୟାଗଡ, ଅରୋମିରା ଟ୍ରଷ୍ଟ ଓଡ଼ଗାଁ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଦଶପଲ୍ଲା, ଜଙ୍ଗଲ ମହାସଂଘ ନୟାଗଡ, ମାଟିର ସ୍ୱର ଅନୁଷ୍ଠାନ, ଏବଂ ସଂକଳ୍ପ ସାହିତ୍ୟ ସେବା ସଂଗଠନ ଦଶପଲ୍ଲା ଆଦି ସଙ୍ଗଠନର କର୍ମକର୍ତ୍ତା ମାନେଯୋଗ ଦେଇଥିଲେ। ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ, ପ୍ରସନ୍ନ କୁମାର ପଣ୍ଡା ଓ କିଶୋର ଚନ୍ଦ୍ର ଦଳବେହେରା ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବୃକ୍ଷ ବାବା ହରିଦ୍ଵାର ଋଶିକେଶ ସ୍ବାମୀ ହରିଶରଣ ମହାରାଜ , ସମ୍ମାନୀତ ଅତିଥି ଭାଵେ ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ, ପରିବେଶ ଵିତ ପ୍ରଶନ୍ନ କୁମାର ପଣ୍ଡା ଏବଂ କିଶୋର ଦଳଵେହେରାଯୋଗ ଦେଇ ଥିଲେ , ମୁଖ୍ୟ ଅତିଥି ହରିଶରଣ ମହାରାଜା ଆଗାମୀ ଦିନରେ ଦଶପଲ୍ଲା ସମେତ ନୟାଗଡ ଜିଲ୍ଲା ଏବଂ ସାରା ଓଡ଼ିଶା ରେ କିଭଳି ବର ଅଶ୍ଵସ୍ତ ବୃକ୍ଷ ରୋପଣ କରାଯିବ ତାହା ଉପରେ ଆଲୋକପାତ କରିଥିଲେ ସମଗ୍ର ରାଜ୍ୟରେ ବୁଡ଼ି ଯାଇଥିବା ବର ଅଶ୍ଵସ୍ତ ବୃକ୍ଷ ର ପ୍ରତିରୋପଣ ବ୍ୟାପକ କରିବାକୁ ଆହ୍ବାନ ଦେଇଥିଲେ। ଏହା ଦ୍ବାରା ନୂତନ ଜଙ୍ଗଲ ସୃଷ୍ଟି , ପରିବେଶ ସୁରକ୍ଷା ଓ ଜଙ୍ଗଲ ର ପୁନରୁଦ୍ଧାର ହୋଇପାରିବ ଵୋଲି ମତବ୍ୟକ୍ତ କରିଥିଲେ ।ଉକ୍ତ କାର୍ଯ୍ଯକ୍ରମରେ ଓଁ ଶ୍ରୀ ହରୀ ବର ଅଶ୍ଵସ୍ତ ରୋପଣ ଓ ଜାଗରଣ ପ୍ରୟାସ ପରିବାର ର ମୁଖ୍ୟ ବିଜୟ କୁମାର ସେଠୀ ଏବଂ ତାଙ୍କର ସମସ୍ତ ସହକର୍ମୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନକରାଯାଇଥିଲା। ଏହି କାର୍ଯ୍ଯକ୍ରମ କୁ ଶିକ୍ଷକ ଅଜୟ କୁମାର ବେହେରା ପରିଚାଳନା କରିଥିଲେ। 

      


 ଦଶପଲ୍ଲା ଡ଼ାକ୍ତର ଖାନା ପରିସରରେ ଥିବା ବହୁ ପୁରାତନ ଅଶ୍ଵସ୍ତ ବୃକ୍ଷ କୁ କିପରି କଟା ନ ଯାଇ ସୁରକ୍ଷିତ ରଖିବା ପାଇଁ ଵୈଠକ ରେ ଆଲୋଚନା କରାଯାଇଥିଲା

Post a Comment

0 Comments