ଜାତୀୟ ପ୍ରାଣୀଧନ ମିଶନ ଆନୁକୂଲ୍ୟରେ,ନୂଆଗାଁ ବ୍ଲକ ସ୍ତରୀୟ ପ୍ରାଣୀ ସଂପଦ ମେଳା

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷାରଗୋଛା ନିକଟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସ୍ଛା ଅଧୀକାରୀ ନୟାଗଡ ଙ୍କ ଆନୁକୁଲ୍ଯରେ ନୂଆଗାଁ ବ୍ଲକ ସ୍ତରୀୟ ପ୍ରାଣୀ  ସଂପଦ ମେଳା ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ ପ୍ରାଣୀଚିକିସ୍ଛା କେନ୍ଦ୍ର ଅଧିକାରୀ  ଡାକ୍ତର ଶୁଭାଶିଷ ମହାପାତ୍ର ଙ୍କ ତତ୍ବାବଧାନରେ ମେଳା ଅନୁଷ୍ଠିତ ହୋଇଅଛି । ଉକ୍ତ ମେଳାରେ ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ସଭାପତି ଇ ॰ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ସଂମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସ୍ଛା ଅଧିକାରୀ ଡ ॰ ପ୍ରଶାନ୍ତ ମିଶ୍ର ,ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ,୧୭ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା ,ସମାଜ ସେବି ସଂକର୍ଷଣ ବେହେରା ,ଦିଲୀପ ଦଳବେହେରା ନୟାଗଡ ଜିଲ୍ଲା ବିଯୁଜନତା ଦଳର ଉପସଭାପତି ,ସ୍ଥାନୀୟ ଉଦୟପୁର ପଂଚାୟତ ର ସମିତି ସରପଞ୍ଚ ଓ ସମିତି ସଭ୍ୟା,ଗ୍ରାମର ବୁଦ୍ଧିଜୀବୀ ଯୋଗଦେଇଥିଲେ । 

ସ୍ତରୀୟ ପ୍ରାଣୀ ସଂପଦ ମେଳା ମୁଖ୍ୟ ଉଦେଶ୍ୟ ଗୃହପାଳିତ ଗାଈ ମାନଙ୍କର ଯତ୍ନ ନେବା ସହିତ ସରକାରଙ୍କ ଦ୍ଵାରା ଉପଲବ୍ଧ ସମସ୍ତ ଯୋଜନା ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରିବା । ଏହି କାର୍ଯ୍ୟକ୍ରମରେ ସମୁଦାୟ ୭୫ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିଲେ । ସମୁଦାୟ ୧୫୦  ଅଧିକ ଗାଈ ଏହି ମେଳାରେ ରହିଥିଲେ ।  ଅନୁଷ୍ଠାନିକ ଭାବରେ ଗୋପୂଜା କରଯାଇଥିଲା । ତତ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ମାନଙ୍କ ଦ୍ଵାରା ସଭାକୁ ରିବନ କାଟି ଉଦ୍ଘାଟନ କରଯାଇଥିଲା । ଅଥିମାନନେ ନିଜ ଅଭିଭାଷଣ ମାଧ୍ୟମରେ ସ୍ତରୀୟ ପ୍ରାଣୀ ସଂପଦ ମେଳାର ଆବଶ୍ୟକତା ଓ ଅଭିମୁକ୍ୟ କୁ ଆଲୋଚନା କରଯାଇଥିଲା । ଶେଷରେ କୃତୀଗୋପାଳକ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଜିଥିଲା । 

Post a Comment

0 Comments