ମନ ମୋହିଲା ଲୋକନୃତ୍ୟ ଓ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

 


ନୟାଗଡ ଜିଲ୍ଲା (ନୂଆଗାଁ )ନୂଆ-ଓ ଯୁବ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ  ମାଧ୍ୟମରେ ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ଆଜି ନୂଆଗାଁ ସଦର ମହକୁମାରେ ଥିବାଗ୍ରାମ ଗୁଡିଅକ ମଧ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟ ସମୁଖରୁ ଏକ ସଚେତନତା ଶୋଭାଯାତ୍ରା ନୂଆଗାଁ ଗ୍ରାମ ପର୍ଯ୍ୟନ୍ତ ହୋଇଥିଲା । ବାଲ୍ୟବିବାହ ଓ ନିରାକାନ ,ଯୌତୁକପ୍ରଥା,ସଡକ ସୁରକ୍ଷା ,ନିଶାନିବାରଣ ଉପରେ    ସଚେତନ କରିବା ଏହି କାର୍ଯ୍ୟ କ୍ରମର ମୂଳଲକ୍ଷ  । କିଭଳି ସମାଜର ସର୍ବସାଧାରଣ ଏହି ସବୁ ଦିଗରେ ସଚେତନ ହୋଇପାରିବେ ।

ତତ ସହିତ ନୂଆଗାଁ ଗ୍ରାମ ମଧ୍ୟରେ ଲୋକନୃତ୍ୟ ମାଧ୍ୟମରେ ଛାତ୍ରୀ ମାନେ ସଡକ ସୁକରକ୍ଷ ଓ ନିସାନୀବାରଣ ସଚେତନତା ବାର୍ତା ଦିଆଯାଇଥିଲା ଯାହାକୁ ରଚନା ଓ ନିର୍ଦେଶନା ଦେଇଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନ ,ବାଦ୍ୟ ରେ ଗଜେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ଠିକ ସେହିପରି ନାଟକ ମାଧ୍ୟମରେ ବାଲ୍ୟବିବାହ ,ଯୌତୁକ ପ୍ରଥା ଉପରେ ସଚେତନତା ବାର୍ତା ଦିଆଯାଇଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ନାଟକ ନୃତ୍ୟ ନୂଆଗାଁ ଗ୍ରାମର ଜନସାଧାରଣଙ୍କ ମନମୋହିଥିଲା । ଏହି ଭଳି ଏକ ନିଆରା ପ୍ରୟାଶ ପାଇଁ ନୂଆଗାଁ ଆଞ୍ଚଲ ବାସି ସମସ୍ତ ଛାତ୍ରୀଙ୍କୁ କୃତଜ୍ଞାନତା ଜଣାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମହେଶ୍ଵର ପ୍ରଧାନ ,ଓଡିଆ ଅଧ୍ୟାପକ ବିଜୟ କୁମାର ସାହୁ ,ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ ,ଅର୍ଥନୀତି ଅଧ୍ୟାପିକା ମଧୁଲତା ପଟନାୟକ ,ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟସ୍ଵାଗତ ସାହୁ ,କ୍ରିଡା ଶିକ୍ଷକ ପ୍ରଦୀପ ଖଣ୍ଡୁଅଲଉପସ୍ଥିତ ରହିଥିଲେ । ନୂଆ-ଓ -ଯୁବ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ଜନସଚେତନତା ହୋଇପାରିବ ତାହାକୁ ବାସ୍ତବ ଭାବରେ ଛାତ୍ର ଛାତ୍ରୀ ଉପସ୍ଥାପନ କରିଥିଲେ । 


Post a Comment

0 Comments