ନୟାଗଡ (ନୂଆଗାଁ) ବ୍ଲକ ଅନ୍ତର୍ଗତ ମାଇଛେଳି ବସଷ୍ଟାଣ୍ଡ ନିକଟରେ କାର ଧକ୍କାରେ ଜଣେ ୯ ବର୍ଷର ବାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଥାଉକି ମାଇଛେଳି ଗ୍ରାମର ହରଷ ବେହେରା ଙ୍କ ପୁଅ ବିବେକମାନସ ବେହେରା ୯ ବର୍ଷ ରାସ୍ତା ପାର ହେଉଥିବା କାର ଗାଡି ନଂ ଓଡି୦୫ବିଏଲ୍ ୯୨୮୬ ବାଳକ କୁ ଧକା ଦେଇଥିଲା। ଘଟଣାସ୍ଥଳ ରୁ କାରଟି ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ନୂଆଗାଁ ପୋଲିସ ଖବର ପାଇ କାରଟି ଜବତ କରିଛନ୍ତି। ଅନ୍ୟପଟେ ପିଲାଟି ଗୁରୂତର ହୋଇଥିବା ନେଇ ପ୍ରଥମେ ମହିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଠାରେ ଅବସ୍ଥା ଗୁରୁତର ହୋଇଥିବା ରୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
0 Comments