ଲଲାଟେନ୍ଦୁ ଙ୍କୁ ସହାୟତା ପ୍ରଦାନ

 

 

ଦଶପଲ୍ଲା




ବୃଦ୍ଧ କାଳରେ ବାପା ମା ' ଙ୍କ ସାହାରା ପାଲଟେ ପୁଅ କିନ୍ତୁ ହଠାତ୍ ବାହାଘରର ୮ ମାସପରେ ଏକ ଦୁର୍ଘଟଣାର ଶିକାର ହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି ପୁଅ । 


ପ୍ରକାଶ ଥାଉକି , ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍ ରଂଗମାଟିଆ ଗାଁ ର ହରିବଂଧୁ କଂ ପୁଅ , ଲଲାଟ ଏକ ଦିନ ମଜୁରିଆ ଭାବରେ କାର୍ଯ୍ୟକରୁଥିବାବେଳେ ଲଲାଟ ଙ୍କ ବାପା ମଧ୍ୟ ଛୋଟମୋଟ କାର୍ଯ୍ୟକରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ।କିନ୍ତୁ ଗତକିଛି ମାସତଳେ ଏକ ଠିକାଦାରି ସଂସ୍ଥା ରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ଲଲାଟେନ୍ଦୁ କଂ ଭାଗ୍ଯ ଆକାଶରେ ଘୋଟି ଆସିଲା କଳା ବାଦଲ୍ । ଏକ ବାଇକ୍ ଧକ୍କାରେ ଦୁର୍ଘଟଣା ଗୁରୁତର ଆହତହୋଇ,ପ୍ରାୟ ୧ ବର୍ଷଧରି କୋମା ଅବସ୍ଥାରେ ଥିବା ଲଲାଟ ,ଦୁର୍ଦିନରେ ଦିନ କାଟୁଥିବା ବେଳେ, ଅନ୍ୟର ହାତଟେକା ଦାନରେ ଚଳୁଥିବା ବେଳେ, ତାକଂର ଏ ଦୁର୍ଦ୍ଦଶା ବିଷୟରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବାପରେ , ଦଶପଲ୍ଲା ତହସିଲଦାର କଂ ନିର୍ଦ୍ଦେଶ କ୍ରମେ , ନେଳିଗୁଡା ରାଜସ୍ବ ନୀରିକ୍ଷକ ଶାନ୍ତନୁ କୁମାର ପ୍ରଧାନ, ତଦନ୍ତ କରିଫେରିଥିବା ଜଣାଯାଇଛି, ବିଭିନ୍ନ ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଥିଲେ । ଏହି ପରିପ୍ରେକ୍ଷୀରେ , ଆଜି ମାମି ନାୟକ,ସହାୟତାର ହାତ ବଢାଇଛନ୍ତି । ଶ୍ରୀମତୀ ନାୟକ ଲଲାଟେନ୍ଦୁ କଂ ଘରେ ପହଞ୍ଚି ରାସନ୍ ସାମଗ୍ରୀ ସମେତ ଆର୍ଥିକ ସହାୟତା ଯୋଗାଇ ଦେବା ସଂଗେ ସଂଗେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି ।

Post a Comment

0 Comments