ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ାର ଗଉଡସାହି ଗ୍ରାମର ହିତିକୃଷ୍ଣ ନାୟକଙ୍କ ନାତୁଣୀ କୂଅରେ ପଡ଼ି ମୃତ୍ୟୁ ହୋଇଛି। ସୂଚନା ଥାଉକି ହିତିକୃଷ୍ଣଙ୍କ ଝିଅ ନିଳେନ୍ଦ୍ରୀ ତିନିବର୍ଷ ତଳେ ସରଣକୁଳ ଆଙ୍ଗିଶୀଙ୍ଗି ଗ୍ରାମର ପ୍ରଭାତ କୁମାର ନାହକଙ୍କ ସହିତ ବାହାଘର ହୋଇଥିଲା। ତାଙ୍କର ଦେଢବର୍ଷର ଝିଅ ଟିଏ ଥିଲା ତା ନାମ ସାଧନା ପ୍ରିୟଦର୍ଶିନୀ। ଗତ ଦୁଇମାସ ତଳେ ମାଆ ଓ ଝିଅ ବାପ ଘରେ ଆସି ରହିଥିଲେ। ଆଜି ଦିନ ୧୧ ଟା ସମୟରେ ଆଈଙ୍କ ପାଖରେ ନାତୁଣୀ ଥିଲା। ଆଈ ନାତୁଣୀଙ୍କୁ ନେଇ ତା ମାଆ ପାଖରେ ଛାଡି ଆସିଥିଲା । ଆଈକୁ ନିଦ ହୋଇଥିବା ରୁ ବାରି ପଛପଟେ ଆସି ଶୋଇପଡିଥିଲା। ଝିଅ ନିଳେନ୍ଦ୍ରି ତା ମାଆକୁ ମୋ ଝିଅ କୁଆଡେ ଗଲା ବୋଲି ପଚାରିଥିଲା। ଦୁହେଁ ଖୋଜା ଖୁଜି କଲାପରେ ନ ପାଇଥିବାରୁ କୂଅ ମୂଳେ ଆସି ଦେଖିଥିଲେ। କୂଅରେ ପଡ଼ିଥିବା ଜାଣି ଅଜା କୂଅରେ ପଶି ନାତୁଣୀକୁ ଉଧାର କରି ପରିବାର ଲୋକ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ନୂଆଗାଁ ଥାନା ପୋଲିସ ପହଞ୍ଚି କେସ ନଂ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
0 Comments