SHG ଗୋଷ୍ଠୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ

 


ନୂଆଗାଁ ବ୍ଲକ୍ କନଫରେନସ ହଲରେ ମିଶନ ଶକ୍ତି  ବିଭାଗ ଓ ପଶୁ ଓ ମତ୍ସ୍ୟ ବିଭାଗର ମିଳିତ ସହଯୋଗରେ SHG ୨୦୦୦ ବ୍ରଏଲର ଓ ୩୨ ଗୋଟି ଛେଳି ପାଳନ ନିମନ୍ତେ ମନୋନୀତ ହୋଇଥିବା ଗୋଷ୍ଠୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଅଛି । ଏଥିରେ ୧୦ ଗୋଟି ଗୋଷ୍ଠୀ ବ୍ରଏଲର ପାଳନ ନିମନ୍ତେ ଓ ୯ ଗୋଟି ଗୋଷ୍ଠୀ ଛେଳି ପାଳନ ନିମନ୍ତେ ମନୋନୀତ ହୋଇଥିଲେ । ବ୍ରଏଲର କାର୍ଯ୍ୟ ପାଇଁ ୨ ଲକ୍ଷ ୮୮ ହଜାର ଓ ଛେଳି ପାଳନ ନିମନ୍ତେ ୧ ଲକ୍ଷ ୩୮ ହଜାର ଟଙ୍କ। ସହାୟତା ରାଶି ଦୁଇଟି ପର୍ଯ୍ୟାୟରେ ପଶୁ ଓ ମତ୍ସ୍ୟ ବିଭାଗରୁ ମିଳିବ ।

ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା , ଯୋଗ ଦେଇ ସମସ୍ତ SHG ଙ୍କୁ        କାର୍ଯ।ଦେଶ ପ୍ରଦାନ କରିଥିଲେ । ଏହି ସହ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ପ୍ରିୟ । ସାହୁ, ସମ୍ମାନିତ ଅତିଥି ଭାବେ ବ ଯୋଗ ଦେବା ସହ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବାସୁଦେବ ନାୟକ, DPM ,OLM , BVO ନୂଆଗାଁ , BPC, ନିଶନଶକ୍ତି BPM,OLM , ଯୋଗ ଦେଇଥିଲେ ।


Post a Comment

0 Comments