ଆରମ୍ଭ ହଲା ବନ୍ୟଜନ୍ତୁ ମାନଙ୍କର ସୁରକ୍ଷା ନିମନ୍ତେ ଗୃହପାଳିତ ପଶୁ ମାନଙ୍କ ଟିକାରଣ ଅଭିଯାନ ।

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ବନାଞ୍ଚଳ ଅଧିନସ୍ଥ ବିଭିନ୍ନ ଗ୍ରାମ ପଂଚାୟତ ମଧ୍ୟରେ ଗ୍ରାମର ଗୃହ ପାଳିତ ପଶୁ ମାନଙ୍କ ଓ ବନ୍ୟ ଜନ୍ତୁଙ୍କର  ସୁରକ୍ଷା ନିମନ୍ତେ ଆଜିଠାରୁ ଟୀକା କରଣ ପ୍ରକ୍ରିୟା ଆରମ୍ଭ ହୋଯାଇଛି । ନୂଆଗାଁ ବ୍ଲକ  ଶିଂଗାରପଲ୍ଲୀ ପଞ୍ଚାୟତ ଅଧିନସ୍ଥ ଲିଙ୍ଗିରିବାରି ଗ୍ରାମରେ ଗୃହପାଳିତ ପଶୁମାନଙ୍କୁ ଟୀକା ଦିଆଯାଇଛି । ମହିପୁର ବନାଞ୍ଚଳ ଅଧିକାରୀ  ତଥା ସହକାରୀ ବନସରଂକ୍ଷକ  ଅମ୍ରିତ କୁମାର ସାହୁ ସମେତ  ନୂଆଗାଁ ବ୍ଲକ ଭେଟନାରି ଅଫିସର ଶୁଭାଶିଷ ମହାପାତ୍ର ଙ୍କ ତତ୍ଵବଧାନରେ ଏହି ଟିକା କରଣ କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା ।

ଏହି କାର୍ଯ୍ୟ କ୍ରମରେ  ପ୍ରାଣୀଧନ ଚିକିତ୍ସକ ବିରେନ୍ଦ୍ର କୁମାର ଜେନା ,ବାହାଡାଝୋଲା , ପ୍ରାଣୀଧନ ନିରିକ୍ଷକ ସୌଦାଗର ମହାନ୍ତି ,ଉପବନାଞ୍ଚଳ ଅଧିକାରୀ ଶ୍ରୀନିବାଶ ଦାସ , ବନପାଳ ସୂର୍ଯ୍ୟକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ପର୍ଯ୍ୟାୟ କ୍ରମେ ନୂଆଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ଏହି ଟୀକା କରଣ ପ୍ରକ୍ରିୟା ଚାଲୁରହିବ । ଗାତେରୀ ପଂଚାୟତର ଡମୁଣି ,ଚଣ୍ଡିଝରି ,ଭାଲିଆପଦର ,ସୁରୁକାବାରି ,ପାରାଢିପି ପଂଚାୟତର ଚଡକମରା,ରାମପଲ୍ଲୀ ,ଜାକେଡା ଗ୍ରାମପଞ୍ଚାୟତର ଗୁଣ୍ଡୁରିବାରି ,ମହିପୁର ପଂଚାୟତର ଗୁହାଳପଲ୍ଲୀ  ପ୍ରମୁଖ ଗ୍ରାମରେ ଟୀକାକାରଣ କରାଯିବ ସୂଚନା ମିଳି ଅଛି। 



Post a Comment

0 Comments