ପ୍ରଖ୍ୟାତ ସଂଗ୍ରାହକ ଦାସିଆ ଅଜାଙ୍କ ଦ୍ୱାରା ନୂଆଗାଁର ଉଦୟପୁର ଗାଁରେ ପ୍ରତିଷ୍ଠିତ ସୁପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ପାଇଁ ଭୁବନେଶ୍ୱରର ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କ ନିକଟରୁ ଦେଶ ବିଦେଶର ଅନେକ ସାମଗ୍ରୀ ଓ ପୁରାତନ ପୁସ୍ତକ, ପତ୍ରପତି୍ରକାମାନ ସଂଗ୍ରହ କରାଯାଇଛି । ସହିଦନଗରର ପ୍ରତିଭା ପଟ୍ଟନାୟକଙ୍କ ନିକଟରୁ ଚୀନ୍ଦେଶର ଚାଇନାମାଟିରେ ନିର୍ମିତ କାରୁକାର୍ଯ୍ୟ ପୂର୍ଣ୍ଣ ପୁରୁଣା ଦୁଇଗୋଟି ଫୁଲଦାନୀ, ଶାସ୍ତ୍ରୀନଗର ଦୀପକ ପରମାରଙ୍କ ଦ୍ୱାରା ବି୍ରଟିଶମାନଙ୍କ ବ୍ୟବହୃତ କୌତୁକିଆ ଅତର ବୋତଲ, ସାମନ୍ତରାପୁରର ସାହିତି୍ୟକ ଶିବରାମ ପାତ୍ରଙ୍କ ପରିବାରଙ୍କ ନିକଟରୁ ଗୁଜୁରାଟ ଓ ରାଜସ୍ଥାନରେ ସୁପ୍ରସିଦ୍ଧ ଲାଭ କରିଥିବା ମୀନାକାରୀ କଳାକୃତି ପେଣ୍ଟିଂ ଓ ୧୯୭୦ ମସିହାର ପୁରୁଣା ଟେବୁଲ ଲ୍ୟାମ୍ପ୍, ଅଡ଼ଶପୁର ମହାବିଦ୍ୟାଳୟର ଅଧ୍ୟାପିକା ସୁଜାତା ମିଶ୍ରଙ୍କ ନିକଟରୁ ବାହାରିନ୍ ଦେଶର କାରୁକାର୍ଯ୍ୟପୂର୍ଣ୍ଣ ଟେବୁଲ ଲ୍ୟାମ୍ପ ଓ ପ୍ୟାରିସ୍ ଟାୱାରର ଏକ ସ୍ମାରକୀ, ଏକାମ୍ରବିହାରର ବିଶିଷ୍ଟ ସାହିତି୍ୟକା ସରଳା ମିଶ୍ରଙ୍କ ଦ୍ୱାରା ପ୍ରଦତ ଏକଶହ ବର୍ଷ ପୁରାତନ ବଡ଼ ପିତଳଥାଳି, ୟୁରୋପର ତମ୍ବା କାରୁକାର୍ଯ୍ୟରେ ନିର୍ମିତ କ୍ଷୁଦ୍ରତମ କୌତୁକିଆ ଲଣ୍ଠନ ଓ ସିଙ୍ଗାପୁର ଦେଶର ଜାତୀୟ ସ୍ମାରକୀ କଳାକୃତି, ସାହିତି୍ୟକ ଡ. ପ୍ରେମାନନ୍ଦ ମହାପାତ୍ର, ପ୍ରାବନ୍ଧିକ ଅମରେଶ ବିଶ୍ୱାଳ, ସୃଜନିକା ଅନୁଷ୍ଠାନର ପ୍ରତିଷ୍ଠାତା ନିଖିଳ ମୋହନ ପଟ୍ଟନାୟକ ଓ ଡ. ବନମାଳି ବାରିକଙ୍କ ଦ୍ୱାରା ଶତାଧିକ ପୁସ୍ତକ ପତ୍ରପତି୍ରକା ଏବଂ ନୟାଗଡ଼ ଷ୍ଟେଟ୍ବ୍ୟାଙ୍କର ଜୀବନବୀମା ଅଧିକାରୀ ବିରଂଚି ନାରାୟଣ ସାହୁଙ୍କ ନିକଟରୁ ଇଣ୍ଡୋନେସିଆ ବାଲିଦ୍ୱୀପର ଷଢ଼େଇ କଳାକୃତିରେ ନିର୍ମିତ ଏକ କୌତୁକିଆ କଇଁଛ ଓ ଦୁବାଇର ଏକ ସ୍ମାରକୀ, ନୂଆଗାଁ ବ୍ଲକ୍ ଚାହାଳୀ ପଂଚାୟତର ଡାଳିମ୍ବମଡ଼ା ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପରିବାର ନିକଟରୁ ୧୮୦୦ ମସିହାର ପିତଳ ନିର୍ମିତ ପୁରାତନ ମଶାଲ ଓ ୩୯ଖଣ୍ଡ ପୁରାତନ ବିରଳ ପୁସ୍ତକମାନ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଦ୍ୱାରା ପାଠାଗାର ସଂଗ୍ରହାଳୟ ପାଇଁ ସଂଗ୍ରହ କରାଯାଇଛି । ଦେଶ ବିଦେଶର ବିଭିନ୍ନ କଳାକୃତି ଓ ପୁରାତନ ସାମଗ୍ରୀ ଏବଂ ପୁସ୍ତକ ପତ୍ରପତି୍ରକାମାନ ପାଠାଗାର ସଂଗ୍ରହାଳୟକୁ ପ୍ରଦାନ କରି ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଖୁସି ପ୍ରକଟ କରିଛନ୍ତି । ପାଠାଗାର ସଂଗ୍ରହାଳୟରେ ଏହି ସାମଗ୍ରୀ ଓ ବିରଳ ପୁସ୍ତକମାନ ଦର୍ଶକ ପର୍ଯ୍ୟଟକ ଗବେଷକମାନଙ୍କୁ ଆକର୍ଷିତ କରିବ ବୋଲି ମତପ୍ରକାଶ ପାଇଛି ।
0 Comments