କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ଇତିହାସ ବିଭାଗରେ ଚଳିତ ବର୍ଷ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଯୋଗେନ୍ଦ୍ରନାଥ ବିଶ୍ୱାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସଂସ୍କୃତ ବିଭାଗର ଜୟଶ୍ରୀ ସାହୁ ଓ ସମ୍ମାନିତ ଅତିଥିଭାବେ ଇଂରାଜୀ ବିଭାଗର ପ୍ରଶାନ୍ତ କୁମାର ନୟକ ଏବଂ ଇତିହାସ ବିଭାଗର ଅଧ୍ୟାପକ ପ୍ରଶାନ୍ତ ସ୍ୱାଇଁ, ମାନସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ବିଦ୍ୟାର୍ଥୀ ମାନେ କିଭଳି ସମାଜରେ ସ୍ୱନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ଓ ଶିକ୍ଷା ମଣିଷ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିଥାଏ ବୋଲି କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ଅରବିନ୍ଦ ପାତ୍ର ପରିଚାଳନା କରିଥିବା ବେଳେ ସତ୍ୟଜିତ ସାହୁ, ଅତିଶ କୁମାର ସାହୁ, ସୁଇଟ ବିଶ୍ୱାଳ, ଶିବିର ପରିଡ଼ା, ହାପି ସାହୁ, ବିଷ୍ଣୁପ୍ରିୟା ସାମଲ, ନମିତା ରାଉତ ଓ ଦ୍ୱିତୀୟ ବର୍ଷର କବିତା ରାଉତ, ମୁକେଶ ରାଉତ, ଟିକିନା ରାଉତ ପ୍ରମୁଖ ନିଜର ବକ୍ତବ୍ୟ ଦେଇଥିଲେ ଓ ପ୍ରଥମ ବର୍ଷର ରବିନ୍ଦ୍ର ଧଳ, ମୁନା ନାୟକ, ଲକ୍ଷ୍ମୀପ୍ରିୟା ଆୟୋଜିତ କାର୍ଯ୍ୟକ୍ରମରେ ଖୁସି ହୋଇ ନିଜର ଅଭିଭାଷଣ ରଖିଥିଲେ। ଇତିହାସ ବିଭାଗର ପୁରାତନ ଛାତ୍ର ବୃନ୍ଦାବନ ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହାବିଦ୍ୟାଳୟରେ କାଟିଥିବା ସମୟର ବର୍ଣ୍ଣନା କରିଥିଲେ। ପରିଶେଷରେ ସତ୍ୟଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments