ନୟାଗଡ ଜିଲ୍ଲା (ନୂଆଗାଁ ) ବ୍ଲକ ମଧ୍ୟରେ ୨ଟି ପଂଚାୟତ ମଧ୍ୟରେ ଆଜି ଭରଚୁଆଲ ମାଧ୍ୟମରେ ଆମ ଗାଁ ବ୍ଯାଙ୍କ ସେବା ଶୁଭ ଉଦ୍ଘାଟନ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୩୦୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସିଏସ୍ପି ପ୍ଲସ୍ ଶାଖାର ଉଦଘାଟନ ହୋଇଯାଇଛି ।
ପ୍ରତି ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ। ଅଣ ବ୍ୟାଙ୍କିଙ୍ଗ ପଂଚାୟତ ଗୁଡ଼ିକରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ସେବା ଉପଲବ୍ଧ ହେଉଥିବା ଜଣାଯାଇଛି।ଏଥିରେ ଜନସାଧାରଣ ମାନଙ୍କୁ କାଳିଆ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା, ସାମାଜିକ ସୁରକ୍ଷା ଵୀମା,ଜମା ଖାତା,ମେଧାଵୃତି,ସଚଂୟ ଖାତା ଖୋଲିବା ଇତ୍ୟାଦି ପାଇଁ ଵ୍ୟାଙ୍କ ସେବା ଯୋଗାଇ ଦିଆଯିବ।ପ୍ରଥମ କରି ଇକୋ ବ୍ଯାଙ୍କ ଦ୍ଵାରା ଏହି ଆମ ଗାଁ ବ୍ଯାଙ୍କ ସେବା ଆରମ୍ଭ ହୋଇଥିବା ଜଣାପଡିଛି।ଲୋକଙ୍କ ହାତ ପାଆନ୍ତାରେ ଉପଲବ୍ଧ ହେବ ବ୍ଯାଙ୍କ ସେବା। ଗ୍ରାମାଞ୍ଚଳରେ ଲୋକଙ୍କ ସୁବିଧା ଏବଂ ଅର୍ଥନୈତିକ କାରବାରକୁ ଆହୁରି ସହଜ କରିବା ଲକ୍ଷ୍ୟରେ ଖୁବ ଶୀଘ୍ର ପଞ୍ଚାୟତସ୍ତରରେ କାର୍ଯ୍ୟକ୍ଷମ ହେବ ‘ଆମ ବ୍ଯାଙ୍କ’।
ନୂଆଗାଁ ବ୍ଲକ ବଡଗୋଠ ପଂଚାୟତ ଓ କୋରଡା ପଂଚାୟତ ମଧ୍ୟରେ ଆମ ଗାଁ ବ୍ଯାଙ୍କ ସେବା ଶୁଭ ଉଦ୍ଘାଟନ ହୋଇଆଯାଛି । ଅନୁଷ୍ଠାନିକ ଭାବରେ ବ୍ଲକ ପ୍ରଶାସନ ଏହି କାର୍ଯ୍ୟ କ୍ରମ ଶୁଭାରମ୍ଭ କରାଯାଇଛି । ବଡଗୋଠ ପଂଚାୟତ ମଧ୍ୟରେ ନୂଆଗାଁ ବ୍ଲକ ବିଡିଓ ବାସୁଦେବ ନାୟକ ,୧୭ ଜିଲ୍ଲା ପରିଷଦ ପ୍ରତିମା ଦଳବେହେର ,ଆତ୍ମା ଅଧକ୍ଷ ସଂଜୀବ ସାହୁ ,ଦିଲୀପ ଦଳବେହେର ,ଜିପିୟ ସାଧୁଚରଣ ସାହୁ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିଥିଲେ ।
କୋରଡା ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଆମ ଗାଁ ବ୍ଯାଙ୍କ ଉଦ୍ଘାଟନୀ ସଭାରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ,ସମାଜସେବି ଶଙ୍କରଶଣ ବେହେରା ,ଏବିଡିଓଙ୍କ ସମେତ ବିଭିନ୍ନ ପଞ୍ଚାୟତ ମଧ୍ୟରୁ ଆସିଥିବା ସରପଞ୍ଚ ସମିତିସଭ୍ଯ ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିଥିଲେ ।
0 Comments