ନୟାଗଡ (ଦଶପଲ୍ଲା)୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ନିକଟରେ ଆଜି ଅପରାହ୍ନରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ତିନି ବାଇକ୍ ଆରୋହୀଙ୍କର ଶୋଚନୀୟ ମ୍ରୁତ୍ୟୁ ଘଟିଛି।ସୂଚନା ମୁତାବକ ଛତିଶ ଗଡରୁ ପୁରୀ ଅଭିମୁଖେ କାର ଯାଉଥିଲା । ସୁବଳୟା ନିକଟରେ କାର ବାଇକ୍ କୁ କାର୍ ଧକ୍କା ଦେଇଥିଲା ।ଯ ଦ୍ଵାରା ଘଟଣା ସ୍ଥଳରେ ୩ ବାଇକ ଆରୋହି ତଲେପଡିଯାଇଥିଲେ । ଦୃଘଟଣା ଏତେ ତ୍ରିବରଥିଲା ଯେ ଘଟଣା ସ୍ଥଳରେ ୩ ବାଇକ ଆରୋହିଙ୍କର ମୃତ ହୋଇଯାଇଥିଲା । ଘଟଣା ସ୍ଥଳରେ ଭୀଷଣ ଜନ ଗହଳି ହୋଇଥିଲା । ଦଶପଲ୍ଲା ପୋଲିସ ଦୃଘଟଣା ସ୍ଥଳରେ ପହଞ୍ଚି ଥିଲା । ମୃତକମାନେ ହେଲେ ଦଶପଲ୍ଲା ଏନଏସି ଅନ୍ତର୍ଗତ ପଟାମାଳର ଗୋକୁଳାନନ୍ଦ ନାଏକ, ତଅଁଳାସାହିର ପରେମଶ୍ବର ଜାନୀ ଓ ଖଣ୍ଡପଡ଼ାର ଦିପକ ମେଦିନିରାୟ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
0 Comments