ନୟାଗଡ଼ ଜିଲ୍ଲା(ଦଶପଲ୍ଲା ) ଦଶପଲ୍ଲା ବ୍ଲକ କୁଜାମେଣ୍ଢି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚେରାପଲ୍ଲୀ ନିକଟରେ ଏକ ଗୁଳିବିଦ୍ଧ ମୃତ ବାରହାକୁ ଜବତ କରିଛି ବାଣୀଗୋଛା ବନବିଭାଗ।
ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଙ୍କ ସୂଚନା ଅନୁସାରେ କାଲିରାତି ୧୧:୩୦ ମିନିଟ୍ ସମୟରେ ଏକ ବାଇକ୍ ଯୋଗେ ଏକ ।ଗୁଳିବିଦ୍ଧ ଆନୁମାନିକ (୮୦କେଜି) ମୃତ ବାରହା କୁ ବାଇକ୍ ଯୋଗେ ଚାଲାଣ କରାଯାଉଥିବା ବେଳେ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଣୀଗୋଛା ଵନପାଳ ଜ୍ୟୋତି ରଂଜନ ମାନସିଂହ ସଦଳବଳେ ଚଢ଼ାଉ କରି ବାଇକ୍ ଓ ବାରହା କୁ ଜବତ କରିଥିଲେ । ଅନ୍ଧାର ର ସୁଯୋଗ ନେଇ ଅଭିଯୁକ୍ତମାନେ ବନବିଭାଗ ଅଧିକାରୀ ଙ୍କୁ ଚକମା ଦେଇ ଖସିଯାଇଥିଲେ। ଖବର ପାଇ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ମୃତ ବାରହା ଓ ବାଇକ୍ କୁ ବାଣୀଗୋଛା ସେକ୍ସନ ଅଫିସ୍ ଆଣିଥିଲେ। ବାଣୀଗୋଛା V.S ଙ୍କ ତତ୍ୱାବଧାନ ରେ ବ୍ୟବଚ୍ଛେଦ କରାଯାଇ ସେକ୍ସନ କାର୍ଯ୍ୟଳୟ ପରିସରରେ ମୃତ ବାରହା କୁ ପୋତିଦିଆଯାଇଛି।
0 Comments