ଗ୍ରାମୀଣ ଗୃହ ନିର୍ମାଣ ବିଭାଗ, ନୁଆଗାଁ ବ୍ଲକ ର ଏକ ଟିମ୍ 4 ଦିନିଆ ବାଲେଶ୍ଵର ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଗ୍ରାମୀଣ ଗୃହ ନିର୍ମାଣ ବିଭାଗ, ନୁଆଗାଁ ବ୍ଲକ ର ଏକ ଟିମ୍ 4 ଦିନିଆ ବାଲେଶ୍ଵର ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଚି... ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସ୍ଵଦେଶ ରଞ୍ଜନ ଶତପଥୀ ଙ୍କ ନେତୃତ୍ଵରେ ଏହି ଟିମ ସେହି ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଗୃହ ନିର୍ମାଣ କରିବାର ଶୈଳୀ ଦେଖିବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳର ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ରେ ଗୃହ ପାଇଥିବା ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିବ... ସେଠାକାର କାର୍ଯ୍ୟଶୈଳୀର ଆବଶ୍ୟକତା କୁ ଦୃଷ୍ଟିରେ ରଖି, ନୁଆଗାଁ ବ୍ଲକ ରେ ତାକୁ କାର୍ଯ୍ୟକାରୀ କରିବା ଏହି ଏକ୍ସପୋଜର ଭିଜିଟ୍ ର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀଯୁକ୍ତ ଶତପଥୀ କହିଛନ୍ତି... ଏହି ଭିଜିଟ୍ ରେ ନୁଆଗାଁ ବ୍ଲକ ରେ ଗ୍ରାମୀଣ ଗୃହ ନିର୍ମାଣ ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କ ସମେତ ଜିଲ୍ଲାରୁ ଗ୍ରାମୀଣ ଗୃହ ନିର୍ମାଣ ବିଭାଗ ର ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ମହେଶ୍ଵର ରଥ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବଳଭଦ୍ର ନନ୍ଦ ଯୋଗ ଦେଇଛନ୍ତି.. ଏହି ଟିମ 2 ଟି ଜିଲ୍ଲା ପରିଦର୍ଶନ କରି ଆସନ୍ତା 27 ତାରିଖ ଦିନ ଫେରିବ..

Post a Comment

0 Comments