୨ ହଜାର ୯୨୪ ପ୍ରକଳ୍ପ ପାଇଁ ୯୭ କୋଟି ମଞ୍ଜୁର |
ନୟାଗଡ଼ଜିଲ୍ଲାର ବିଭିନ୍ନ ନିର୍ବାଚିତ ମଣ୍ଡଳିରେ ଆଜି ଭରଚୁଆଲ ମାଧ୍ୟାମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ପ୍ରତି ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆଜି ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲାର ପ୍ରତି ପଞ୍ଚାୟତ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ମୋଟ ୨ ହଜାର ୯୨୪ ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର ହୋଇଛି ।ଏହା ସହିତ ୫ଟି ସଚିବ ଭି. କେ ପାଣ୍ଡିଆନ କରିଥିବା ଜନଶୁଣାଣି କାର୍ଯ୍ୟକ୍ରମ ତଥା ଜିଲ୍ଲା ଗସ୍ତ ଅନୁସାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ମଧ୍ୟ ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇଛି । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକରୁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଯୁବକଙ୍କ ପାଇଁ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ବିକାଶକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିବା କହିଛନ୍ତି ।
ରଣପୁର ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକ ରେ ଥିବା ୫୫ ଟି ଗ୍ରାମ ପଂଚାୟତ ୭୫୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ୨୭.୫ କୋଟି ପନ୍ଥୀ ମଞ୍ଜୁରୀ ହୋଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଦଶପଲ୍ଲା ବ୍ଲକରୁ ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକରୁ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ନୂଆଗାଁରୁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରୟା ବେହେରା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ରେ ଥିବା ୫୦ ଟି ଗ୍ରାମ ପଂଚାୟତ ୮୦୪ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ୨୫ କୋଟି ପନ୍ଥୀ ମଞ୍ଜୁରୀ ହୋଇଛି ।ସେହିଭଳି ଭାବେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ା ବ୍ଲକରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକ ରେ ଥିବା ୪୨ ଟି ଗ୍ରାମ ପଂଚାୟତ ୬୩୦ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ୨୧ କୋଟି ପନ୍ଥୀ ମଞ୍ଜୁରୀ ହୋଇଛି। ଭାପୁର ବ୍ଲକରୁ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି ।ନୟାଗଡ଼ ନିର୍ବାଚନ ମଣ୍ଡଳୀ ନୟାଗଡ଼ରୁ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ନୟାଗଡ଼ ବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି । ଗ୍ରାମାଞ୍ଚଳକୁ ସହରାଞ୍ଚଳର ସୁବିଧା ଯୋଗାଇ ଦେବା ପାଇଁ ୨୦୦୭ ମସିହାରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା କାର୍ଯ୍ୟକାରୀ ହୋଇଥିବା କହିଛନ୍ତି । ରାସ୍ତାଘାଟ, ବିଜୁଳି, ମହିଳା ବିକାଶଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଉନ୍ନତୀ ହୋଇ ଚାଲିଥିବା ବେଳେ ଏବେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ରୂପାନ୍ତରଣ ହୋଇ ପାରିବ ବୋଲି କହିଥିଲେ ।ନୟାଗଡ଼ ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକ ରେ ଥିବା ୪୭ ଟି ଗ୍ରାମ ପଂଚାୟତ ୭୫୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ୨୩.୫ କୋଟି ପନ୍ଥୀ ମଞ୍ଜୁରୀ ହୋଇଛି ।ଧର୍ମାନୁଷ୍ଠାନ ସହ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଆବଶ୍ୟକ ଗୋଷ୍ଠୀ ଗୃହ ନିର୍ମାଣ କାର୍ଯ୍ୟ ଏହି ଯୋଜନାରେ କରାଯାଇ ପାରିବ ବୋଲି ସେ କହିଛନ୍ତି ।
ଓଡ଼ଗାଁ ବ୍ଲକରୁ ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ ମହିଳା ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପକୁ ସ୍ୱାଗତ କରିବା ସହ ମହିଳାମାନେ ଆଜିକାର ଦିନରେ ସ୍ୱାବଲମ୍ବୀ ହୋଇ ପାରିଥିବା କହିଛନ୍ତି । ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଛନ୍ତି । ନୟାଗଡ଼ରେ ଅନୁଷ୍ଠିତ କାର୍ଯ୍ୟକ୍ରମଲ୍ୱେ୍କ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବିଡିଓ ପଦ୍ମଚରଣ ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, ସୁବାଷ ଚନ୍ଦ୍ର କହଁର ଏବଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ । ନୟାଗଡ଼ ଷ୍ଟାଡିୟମ ଠାରେ ଅନୁଷ୍ଠିତ ନବୀନ ଓଡିଶା ଆମ ଓଡିଶା କାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।
0 Comments