ନୂଆଗାଁ ବ୍ଲକ ସଭାଗୃହରେ ବାଲ୍ୟ ବିବାହ ମୁକ୍ତ ଭାରତ ଓ ନୟାଗଡ଼ ପାଇଁ ଏକ ସମିଳନୀ ସଭା ଆୟୋଜିତ ହୋଇଯାଇଅଛି,



ବାଲ୍ୟବିବାହ ମୁକ୍ତ ଭାରତ ଗଠନ ପାଇଁ କର୍ମ ଶାଲା.ଆଦ୍ୟ ତା 9.10.2023 ରିଖ ଦିନ ନୂଆଗାଁ ବ୍ଲକ ସଭାଗୃହରେ ବାଲ୍ୟ ବିବାହ ମୁକ୍ତ ଭାରତ ଓ ନୟାଗଡ଼ ପାଇଁ ଏକ ସମିଳନୀ ସଭା ଆୟୋଜିତ ହୋଇଯାଇଅଛି, ଏହି କାର୍ଯ୍ୟ କ୍ରମ ରୁଚିକା ସମାଜ ମଙ୍ଗଳ ଅନୁଷ୍ଠାନ ଭୁବନେଶ୍ୱର ଦ୍ୱାରା ଆୟୋଜନ କରା ଯାଇଥିଲା. ଏହି ବୈଠକ କରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଙ୍କ ଅଧକ୍ଷାତାରେ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟ କ୍ରମରେ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିଷେଧ, ଶିଶୁ ସୁରକ୍ଷା, ଶିଶୁ ଶିକ୍ଷା ଉପରେ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ଉପରେ ଚର୍ଚ୍ଚା କରା ଯାଇଥିଲା, ଶିଶୁ ମାନଙ୍କ ପାଇଁ ଶିକ୍ଷା ହିଁ ମୂଳ ବଳ ଯାହା ଦ୍ୱାରା ବାଲ୍ୟବିବାହ ଭଳି କୁ ପ୍ରଥା ଦୂର କରା ଯାଇ ପାରିବା ସଙ୍ଗେ ସଙ୍ଗେ ଶିଶୁ ଙ୍କ ବିଭିନ୍ନ ସରାକାରୀ ଯୋଜନାରେ କିଭଳି ସାମିଲୀ କରା ଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ, କାର୍ଯ୍ୟ କ୍ରମ ରେ ଆକ୍ସନୋଏଡ଼ ର ଜ଼ିଲ୍ଲା ସଂଯୋଜିକା ଇପ୍ସିତା ଅଗ୍ରୱାଲ ଶିଶୁ ଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ଏବଂ ବାଲ୍ୟ ବିବାହ ନିଷେଧ ଆଇନ ଉପରେ କହିଥିଲେ, ଉପସ୍ଥିତ ନୂଆଗାଁ ଥାନା ଅଧିକାରୀ ଜଗନ୍ନାଥ ଜେନା, ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶୁଭ୍ର କେସି ମଳିକ, ଦିଲୀପ କୁମାର ନାୟକ ମିଶନଶକ୍ତି, ଜ଼ିଲ୍ଲା ସଂଯୋଜିକା ଶୁଭସ୍ମିତା ମହାନ୍ତି ଶିଶୁ ମାନଙ୍କ ଉପରେ ମତ ରଖିଥିଲେ.

ଭାରତରେ ସତକଡା 23 ଭାଗ ଓ ଓଡ଼ିଶାରେ ଶତକଡା 20 ଭାଗ ଶିଶୁ ବାଲ୍ୟ ବିବାହ କରୁଥିବାରୁ ଏହା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମୁଣ୍ଡ ବିନ୍ଧା ର କାରଣ ପାଲିଟିଛି ତେଣୁ ଏହାକୁ ପ୍ରତିହିତ କରିବା ପାଇଁ ଉଭୟ ସରକାର ଙ୍କ ପକ୍ଷରୁ କୈଳାସ ସତ୍ୟଥୀ ଚିଲଡ୍ରେନ ଫାଉଣ୍ଡେସନ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଛି. ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନୂଆଗାଁ ବ୍ଲକ କୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସରକାରୀ ବେସରକାରୀ ସ୍ତରରେ ସମସ୍ତ ପ୍ରକାର ଉଦ୍ୟମ କରା ଯିବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଏମ୍ବିକେ,ଅଙ୍ଗନୱାଡି କର୍ମୀ, ଜ଼ିଲ୍ଲା ସଂଯୋଜିକା ଶୁଭ ସ୍ମିତା ମହାନ୍ତି ସମେତ ସରପଞ୍ଚ, ମିଶନ ଶକ୍ତି ର ମହିଳା କାର୍ଯ୍ୟ କର୍ତା ମାନେ ଯୋଗ ଦେଇ ଥିଲେ, ଚନ୍ଦ୍ରଶେଖର ବେହେରା, ଶୁଚିସ୍ମିତା ଜେନା, ସୁଜାତା ବେହେରା, କାର୍ଯ୍ୟକ୍ରର୍ମକୁ ପରିଚାଳନା କରିଥିଲେ.


Post a Comment

0 Comments