ନୟାଗଡ ଜିଲ୍ଲା ନୂଆଗାଁ ବଳ୍କ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଓ ନୂଆଗାଁ ପ୍ରାଇମେରୀ ସ୍କୁଲ ମଧ୍ୟରେ କଳା କଳାଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଶିକ୍ଷା ବିଭାଗ ଅନୁକୂଲ୍ୟରେ ଏହି ପ୍ରତିଯୋଗୀତା ପ୍ରତେକ ବ୍ଲକ ଶିକ୍ଷା ବିଭାଗ ଅନୁକୁଲ୍ୟରେ ଅନୁଷ୍ଠିତ ହୋଇଆଯାଇଛି । ନବମ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଏହି ସବୁ ପ୍ରତିଯୋଗିତାରେ ଭାବନେଇଥିଲେ । ନୂଆଗାଁ ବ୍ଲକ ର ୭ ଟି ସ୍କୁଲର ୧୪ ଜଣ ପ୍ରତିଯୋଗୀ କଳାଉସଚବ ଯୋଗଦେଇଥିଲେ । କଳା ଉତ୍ସବ ପ୍ରତିଯୋଗିତା ୨୦୨୩ ଅନୁସୂଚୀ: କଳା ଉତ୍ସବ ହେଉଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏମଏଚଆରଡି)ର ଏକ ପଦକ୍ଷେପ ଯାହା ଦେଶର ମାଧ୍ୟମିକ ସ୍ତରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭାକୁ ପ୍ରୋତ୍ସାହିତ ଏବଂ ପ୍ରଦର୍ଶନ କରି ଶିକ୍ଷାରେ କଳାକୁ ପ୍ରୋତ୍ସାହିତ କରିବ . ନୂଆଗାଁ ପ୍ରାଇମେରୀ ସ୍କୁଲ ମଧ୍ୟରେ ସ୍ୱର ସଙ୍ଗୀତ ,୨) ସ୍ୱର ସଙ୍ଗୀତ (ଯେକୌଣସି ପାରମ୍ପରିକ ଲୋକ),୩) ବାଦ୍ୟ ସଙ୍ଗୀତ (ଶାସ୍ତ୍ରୀୟ ହିନ୍ଦୁସ୍ତାନୀ/ କର୍ଣ୍ଣାଟକ),୪) ବାଦ୍ୟ ସଙ୍ଗୀତ (ଯେକୌଣସି ପାରମ୍ପରିକ ଲୋକ)୫) ନୃତ୍ୟ (ଯେକୌଣସି ଶାସ୍ତ୍ରୀୟ),୬) ନୃତ୍ୟ (ଯେକୌଣସି ରାଜ୍ୟର ପାରମ୍ପରିକ ନୃତ୍ୟ) ପ୍ରତିଯୋଇଟ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ବିଚାରପତି ଭାବରେ ଅବରସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନ ଓ ଶିକ୍ଷକ ରବୀନ୍ଦ୍ର ଖଣ୍ଡୁଆଳ ଯୋଗଦେଇ ଜିଲ୍ଲା ସ୍ତରକୁ ୮ ଜଣ ପ୍ରତିଯୋଗୀ ଚୟନ କରଯାଇଥିଲା । ସୁଚିତ୍ରା ବେହେରା (ଭୋକାଲ ସଙ୍ଗୀତ ),ପ୍ରତୀକ୍ଷା ପ୍ରିୟଦର୍ଶିନୀ(ଭୋକାଲ ସଙ୍ଗୀତ କ୍ଲାସିକାଲ,ଇନଶୃମେଣ୍ଟ ମେଲୋଡି) ,ସ୍ୱାୟମପ୍ରଭା ସାହୁ(ଲୋକ ନୃତ୍ୟ ) ,ଚିରଞ୍ଜିତ ଶେଠୀ ,ଆଦିଶରୀ ନାୟକ ,ସୀବନୀ ପ୍ରଧାନ(ଡ୍ରାମା ) ।
ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ ଅଫିସକୁ ଯୋଡ଼ା ଯାଇଛି । ସଚୋଟ୍ଟତା ନେଇ ସରକାରୀ ଅଧିକାରୀମାନେ ଶପଥ ନେଇଥିଲେ । ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରରେ ସଭା ସାଙ୍ଗକୁ ବକୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା କରାଯାଉଛି ।ସେହିପରି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଭିଜିଲାନ୍କ ସପ୍ତାହ ପ୍ରତିଯୋଗୀତା ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଇଂରାଜୀ ଓ ଓଡିଆ ରଚନା ,ତର୍କ ,କୁଇଜ ପ୍ରତିଯୋଗୀତା ହୋଇଥଲା । ସମୁଦାଯ ୧୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥିମଧ୍ୟରୁ ୮ ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ଉତିର୍ଣ୍ଣ ହୋଇଅଛନ୍ତି । ସମାନେ ହେଲଵ ସୁଚିସ୍ମିତ ପରିଡା (ତର୍କ ଓଡିଆ )ଦୀପଞ୍ଜଳି ପରିଡା (ଓଡିଆ ରଚନା ),ରୁଦ୍ରନାରାୟନ ଦାସ (ଓଡିଆ କୁଇଜ ),ଲକ୍ଷ୍ମୀଧର ସାହୁ (ଇଂରାଜୀ ତର୍କ ),ସତ୍ୟ କୁମାର ସାହୁ (ଇଂରାଜୀ ରଚନା )ମୋନାଲିଶ ରାଉତ (ଓଡିଆ ତର୍କ ),ସଂଗୀତା ପ୍ରଧାନ (ଓଡିଆ ରଚନା ),ରଶ୍ମିତା ପରିଡା (ଓଡିଆ କୁଇଜ )। ଆଜିର ଏହି ପ୍ରତିଯୋଗୀତାକୁ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ,ଅତିରିକ୍ତ ଶିକ୍ଷା ଅଧିକାରିଣୀ ଜୋଛନା ରାନୀ ଶେଠୀ ପରିଚାଳନା କରିଥିଲେ ।
0 Comments