ଦାସିଆ ଅଜାଙ୍କ ସଂଗ୍ରହାଳୟ ପାଇଁ ପୁରାତନ ସମାଗ୍ରୀ ସଂଗ୍ରହ


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ମଧ୍ୟରେ ଥିବା  ଦାସିଆ ଅଜାଙ୍କ ସଂଗ୍ରହାଳୟ ପାଇଁ ପୁରାତନ ସମାଗ୍ରୀ ସଂଗ୍ରହ.... ପ୍ରଖ୍ଯାତ ସଂଗ୍ରାହକ, ସାରସ୍ଵତ ସାଧକ, ଦାଶରଥୀ ପଟ୍ଟନାୟକ (ଦାସିଆ ଅଜା) ଙ୍କ ଦ୍ଵାରା ନୁଆଗାଁ ର ଉଦୟପୁର ଗାଁ ରେ ପ୍ରତିଷ୍ଠିତ ସୂ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ, ଗବେଷଣା କେନ୍ଦ୍ର ପାଇଁ ନୟାଗଡ଼, ଇଟାମାଟି ଦେଉଳ ସାହିର ବାସିନ୍ଦା ଡାକ୍ତର ପ୍ରମୋଦ କୁମାର ଦାସ ଙ୍କ ବାସଗୃହରୁ  ଅନେକ ପୁରାତନ ସାମଗ୍ରୀମାନ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ସଂଗ୍ରହ କରିଛନ୍ତି। ଡାକ୍ତର ଦାସ ଙ୍କ ପରିବାର ବର୍ଗଙ୍କ ନିକଟରେ ଥିବା ୧୮୦୦ ମସିହାର ପଥର କୁଣ୍ଡି,୧୯୪୦ ମସିହାର ଜାପାନ କାନ୍ଥ ଘଣ୍ଟା,୧୯୭୦ ମସିହାର  ଜର୍ମାନୀର ଟେବୁଲ ଘଣ୍ଟା,୧୯୩୦ ଓ ୧୯୬୦ ମସିହାର ଜର୍ମାନୀର ଇଞ୍ଜେକ୍ସନ ସିରିଞ୍ଜ ଓ ସାଲାଇନ ଇଞ୍ଜେକ୍ସନ ସିରିଞ୍, ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆମେରିକାରେ ନିର୍ମିତ ଇଟାମାଟିର ସ୍ୱନାମଧନ୍ୟ ଡ଼ାକ୍ତର ରଘୁନାଥ ମିଶ୍ର ଙ୍କ ଦ୍ବାରା ଗଡ଼ଜାତ ସମୟରେ ବ୍ୟବହୃତ ପକ୍ଷାଘାତ ଓ ସ୍ନାୟୁ ରୋଗର ନିରାକରଣ ପାଇଁ ବିଦ୍ୟୁତ ଚାଳିତ ବିଚକ୍ଷଣ ମ୍ୟାଗନେଟିକ ଯନ୍ତ୍ର ଏବଂ ରଣପୁର ଗଡର ରାଜା କୃଷ୍ଣ ଚନ୍ଦ୍ର ନରେନ୍ଦ୍ରଙ୍କ ସହଧର୍ମିଣୀ ତଥା ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କ ଶାଶୁ ଯେ କି ବୁଢ଼ୀ ରାଣୀ ରୂପେ ପରିଚିତ ଥିଲେ।ସେ ନିଜ ମୁଣ୍ଡରେ ବ୍ୟବହାର କରୁଥିବା ପିତଳ ଓ ଶିଙ୍ଗ କାରୁକାର୍ଯ୍ୟର ନିର୍ମିତ ରାଣୀ ଭିକ୍ଟୋରିଆଙ୍କ ପିତଳ ଖୋଦିତ ପ୍ରତିମୂର୍ତ୍ତୀ ଥିବା ବିରଳ ମୁଣ୍ଡ ଖୋସା  ସାମଗ୍ରୀ ମାନ କୁ ଡାକ୍ତର ପ୍ରମୋଦ ଦାସ ଓ ସହଧର୍ମିଣୀ ପ୍ରତିମା ଦାସ ପୁତ୍ର ବିଶ୍ୱଜିତ୍ ଦାସ  ପୁତ୍ରବଧୂ ବନ୍ଦିତା ଦାସ ପରିବାରବର୍ଗ ଇଟାମାଟି ବାସଭବନରେ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ଙ୍କ ଉପସ୍ଥିତିରେ ସଂଗ୍ରହାଳୟକୁ ସମସ୍ତ ପୁରାତନ ସାମଗ୍ରୀ ମାନ ପ୍ରଦାନ କରି ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି। ସଂଗ୍ରହାଳୟରେ ଏହି ପୁରାତନ ସାମଗ୍ରୀ ମାନ ଦେଶ ବିଦେଶର ଦର୍ଶକ,ପର୍ଯ୍ୟଟକ,ଛାତ୍ର ଛାତ୍ରୀ ଓ ଐତିହାସିକ ମାନଙ୍କୁ ଖୁବ୍ ଆକର୍ଷିତ କରିବ ବୋଲି ମତ ପ୍ରକାଶ ପାଇଛି। ଡାକ୍ତର ଦାସ ପରିବାରଙ୍କ ପୁରାତନ ସାମଗ୍ରୀ ବଦାନ୍ୟତା କୁ ବୁଦ୍ଧଜୀବି ମହଲରେ ପ୍ରଶଂସା କରାଯାଇଛି।

Post a Comment

0 Comments