ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ଵର୍ଗତ ପଦ୍ମନାଭ ବେହେରାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଓଡିଆ ଅଧ୍ୟାପକ ବିଜୟ କୁମାର ସାହୁ, ଅର୍ଥନୀତି ଅଧ୍ୟାପିକା ମଧୁଲିତା ପଟ୍ଟନାୟକ, ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ, ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟସ୍ଵଗତ ସାହୁ,ସଂସ୍କୃତ ଅଧ୍ୟାପକ ଦିଲ୍ଲୀପ କୁମାର ସାହୁ, ଖେଳ ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ ଏବଂ ଅନ୍ୟ କର୍ମଚାରୀ ସମେତ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ବେହେରାଙ୍କ ପାଇଁ ନିରବ ପ୍ରାର୍ଥନା କରିବା ସହିତ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚାସୀନ ଅତିଥି ମାନେ ସ୍ଵର୍ଗତ ବେହେରା ଜଣେ ରାଜନୀତିଜ୍ଞ ସହ ସମାଜ ସେବାରେ ନିୟୋଜିତ ହୋଇଥିଲେ। ଏହା ସହିତ ନୂଆଗାଁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ, ନୂଆଗାଁ ଉଚ୍ଚ ବିଦ୍ୟାଳୟ,ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗଠନ କରିବାରେ ପ୍ରମୁଖ ଭୂମିକା ଥିଲା ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
0 Comments