ନୂଆଗାଁ ବ୍ଲକର ମଧ୍ୟରେ ଥିବା ଚିନ୍ତାମଣି ବିଦ୍ୟାପୀଠ ସଂପଡା ହାଇସ୍କୁଲ ପ୍ରାଙ୍ଗଣରେ ମଣ୍ଡଲ ସ୍ତରୀୟ ଆଥଲେଟିକ କ୍ରିଡା ଓ ଫୁଟବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବ୍ଲକ କ୍ରିଡା ସଂଯୋଜକ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସଭାପତିତ୍ଵ କରିଥିଲେ ଓ ପତାକା ଉଟୋଲନ କରଯାଇ କ୍ରିଡା କୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚିନ୍ତାମଣି ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଭୀମସେନ ସାହୁ ,ମୁଖ୍ୟ ଅତିଥି ଭ୍ବାରେ ସିଆରସିସି ନରେନ୍ଦ୍ର କୁମାର ବେହେରା ,ବିନାୟକ ପରିଡା ,ହୃଷୀ କେଶ ପରିଡା ,ଗୋପାଳ ଚନ୍ଦ୍ର ରାଇଗୁରୁ ,ପ୍ରମୁଖ ଅତିଥି ଯୋଗଦେଥିଲେ । ପ୍ରଥମ ଦିନରେ ଆଥଲେଟିକ ଓ ଦିତୀୟ ଦିନରେ ଫୁଟବଲ ,କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗୀତାକୁ କ୍ରିଡା ଶିକ୍ଷକ ପରାନନ୍ଦ ପ୍ରଧାନ ,ରମେଶ ଚନ୍ଦ୍ର ମାଝି ,କୃଷ୍ଣ ମୋହନ ମହାପାତ୍ର ,ଅକ୍ଷୟ ଦାସ ,ନିହାରିକା ମଲ,ଉତ୍କଳ କେସରୀ ସାଦ ,ବିରାଞ୍ଚି ନାରାୟଣ ବେହେରା ,ଉପସ୍ଥିତ ରହିଥିଲେ । ଦୁଇଦିନ ଧରି ଚଳିବାକୁ ଥିବା ପ୍ରତିଯୋଗିତାରେ ୩୮୦ ରୁ ଉର୍ଧୋପ୍ରତିଯୋଗୀ ଯୋଗ ଦେଇଥିଲେ ।
0 Comments