ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ଦିବସ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଦ୍ୱାରା ବିପର୍ଯ୍ୟୟ ମୁକବାଲା କରିବା ନିମନ୍ତେ ପ୍ରତେକ ବ୍ଲକ ମଧ୍ୟରେ ଏହି ସଚେତନତା କାର୍ଯ୍ୟ କ୍ରମ କରାଯାଉଛି । ଆଜି ନୂଆଗାଁ ବାଳକ ମଧ୍ୟରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ,ଉଚ୍ଚ ବିଦ୍ୟାଳତ ଓ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଆଜି ପ୍ରଭାତରେ ଗ୍ରାମ ପରିକ୍ରମା କରଯାଇଥିଲା । ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ସଚେତନତା ବାର୍ତା ଜନସାଧାରଣଙ୍କୁ କୁହା ଯାଇଥିଲା । ତତ ପରେ ବ୍ଲକ ପରିସରରରେ ଥିବା ସଭା ଗୃହରେ ଏକ ସଭାର ଆୟୋଜନ କରଯାଇଥିଲା ।
ଉକ୍ତ ସଭାରେ ବ୍ଲକ ଯୋଗାଣ ଅଧିକାରୀ ବି ହର୍ଷଙ୍କ ନେତୃତୋରେ ଅନୁଷ୍ଠିତ ହୋଇଥିଲା । ଅତିଥିଭାବରେ ଶିକ୍ଷା ବିଭାଗରୁ ଏବୀଓ କବିତାମଞ୍ଜରୀ ଦାସ ,ଅଗ୍ନିକ ଅପୃବ କୁମାର ସାହୁ , ,କମ୍ପିଉଟର ପ୍ରୋଗ୍ରାମିକ ଅଫିସର ତୁସରକାନ୍ତ ପାନିଗ୍ରାହୀ ,ପ୍ରାଣୀବିଭାଗର ଅଧିକାରିଣୀ ପ୍ରିୟଙ୍କା ସ୍ଵାଇଁ,ସମିତି ସଭ୍ୟା ବାହାଦ୍ଝୋଲା ଉପସ୍ଥିତ ରହିଥିଲେ । ଅଗ୍ନିକ ଅପୃବ କୁମାର ସାହୁ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ସତର୍କ ରହିବା ସେ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ କହିଥିଲେ ।ଜେଭଳି ବିପର୍ଯ୍ୟୟ ସମୟରେ କିଭଳି ନିଜକୁ ସତର୍କ କରିବା ସାହି ଆଖପାଖରେ ଥିବା ଲୋକଙ୍କୁ ସତର୍କ କରିବା ସେବିଷୟରେ ଛାତ୍ର ଛାତ୍ରୀଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ସୂଚନା ଦେଇଥିଲେ । ତତ ପରେ ଅନ୍ଯାନ୍ଯ ବିଭାଗ ତଥା ଏଲେଟ୍ରି ବିଭାଗ ସଞ୍ଜୟ ବିଶ୍ଵାଳ ବିପର୍ଯ୍ୟୟ କିଭଳି ଇଲେଟ୍ରି ରୁ ସଚେତନ ରହି ଜୀବନ କୁ ସୁରକ୍ଷା ଦେଇପାରିବ ସେ ନେଇ ବୁଝାଇଥିଲେ । ଉଦ୍ୟାନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ମଧ୍ୟ ବିଶେଷ ସୂଚନା ଦେବାରେ ଅସମର୍ଥ ହୋଇଥିଲେ । ସେଭଳି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମଧ୍ୟ ସଂକ୍ଷିପ୍ତ ସୂଚନା ଦେଇଥିଲେ ବିପର୍ଯ୍ୟୟ କୁ ନେଇ ।
ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରଯାଇଥିଲା । ସେମାନେ ହେଲେ ତନୁଶ୍ରୀ ସାହୁ ନୂଆଗାଁ ବାଳୀକ ଉଚ୍ଚ ବିଦ୍ୟାଳୟ ,ରଚନା । ପ୍ରତୀକ୍ଷା ପ୍ରିୟଦର୍ଶିନୀ ନୂଆଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ,ଚିତ୍ରାଙ୍କନ । ରୁଦ୍ର ନାରାୟଣ ଦାସ ,ନୂଆଗାଁ ହାଇସ୍କୁଲ ,ତର୍କ ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇ ଜିଲ୍ଲା ସ୍ତରକୁ ଯାଇଥିଲେ ।
ଶେଷରେ ଅଗ୍ନିସମ ବିଭାଗ ଦ୍ଵାରା ଫାୟାର ଡ୍ରିଲ କରାଯାଇ ଥିଲା । ଫାୟାର ଡ୍ରିଲ ମାଧ୍ୟମରେ କିଭଳି ଦୃଘଟଣା ,ବିପର୍ଯ୍ୟୟ ସମୟରେ କିଭଳି ନିଆଁ ରୁ ସୁରକ୍ଷା ମିଳିବ ସୂଚନା ଦେଇଥିଲେ ।
0 Comments