ଜାକେଡା ପଞ୍ଚାୟତ ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତ ଅନ୍ତର୍ଗତ ନେଡିସାହି ଗ୍ରାମରେ ମା ବୃନ୍ଦାବତୀ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବ ଆନୁକୂଲ୍ୟରେ ମହାନ୍ ପୌରାଣିକ ନାଟକ “ଗୋପରେ ବଢୁଛି କଳା କହ୍ନେଇ ବା କାଳୀୟ ଦଳନ ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ବୃନ୍ଦାବତୀ ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ସ୍ଥାନୀୟ ସରପଞ୍ଚ ସୁମିତ୍ରା ଜାନୀ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ,ପାରାଢିପି ସରପଞ୍ଚ ବିଭୂତି ପ୍ରଧାନ, ଗୁମି ସରପଞ୍ଚ ବବୃ ମହାରଣା, ,ଜିଲ୍ଲା ଯୁବ ବିଜେଡ଼ି ଉପ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା ,ନୂଆଗାଁ ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ କୁମାର ନାୟକ,ସ୍ଥାନୀୟ ପଞ୍ଚାୟତ ୱାର୍ଡ ମେମ୍ବର ବିଶ୍ବନାଥ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ଯକ୍ରମ ସଭାପତି ପ୍ରବିର ଜାନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ଦିଲ୍ଲୀପ କୁମାର ଜାନୀ । ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଧାର୍ମିକ ଅନୁଷ୍ଠାନ କରିବା ପାଇଁ ଗ୍ରାମରେ କୋଠଘର ନିର୍ମାଣ ପାଇଁ ବିଧାୟକ ଙ୍କୁ କହିଥିଲେ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯଥା ଶୀଘ୍ର ଗ୍ରାମରେ କୋଠଘର ନିର୍ମାଣ କରାଯିବା ପାଇଁ ପ୍ରତିଶୃତି ଦେଇଥିବାରୁ ଗ୍ରାମର ସମସ୍ତ ଜନସାଧାରଣ ବିଧାୟକ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜଣାଇବା ସହ ଉଚ୍ଚ ପ୍ରଶଂସା କରିଥିଲେ।
0 Comments