ଢିପିସାହି ଗ୍ରାମକୁ ରାସ୍ତା ନାହିଁ,ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ଗ୍ରାମ ବସି *

 


ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଲକ ମାଇଛେଳି ଗ୍ରାମ ପଂଚାୟତ ଅନ୍ତର୍ଗତ ଢିପସାହି ଗ୍ରାମଟି ଆଦିବାସୀ ମାନେ ବସବାସ କରନ୍ତି.ଏହି ଗ୍ରାମାଟି ନୟାଗଡ଼ରୁ ଦଶପଲ୍ଲା ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତା ଠାରୁ ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ. ନୂଆଗାଁ ବ୍ଲକ ଠାରୁ ଦେଢକିଲୋମିଟର ଦୂରରେ ହେଇଥିଲେ ମଧ୍ୟ ପ୍ରଶାସନ ଓ ରାଜନୈତିକ ନେତା ମାନେ ଅଣଦେଖା କରିଆସୁଛନ୍ତି.ଗ୍ରାମର ପିଲା ମାନେ ପାଠ ପଢିବାପାଇଁ ଚାରି କିଲୋମିଟର ଦୂର ସଂପଡା ହାଇସ୍କୁଲ ଓ ପ୍ରାଥମିକ ସ୍କୁଲକୁ ବିଲ ହୁଡାରେବିପଦ ସଂକୁଳ ଅବସ୍ଥାରେ ଆତଯାତ କରନ୍ତି.ବର୍ଷା ଋତୁ ଆସିବା ମାତ୍ରେ ଅବସ୍ଥା କହିଲେ ନସରେ. ଉକ୍ତ ଗ୍ରାମଟି ଗୁଜୁରାଣ ମେଣ୍ଟାଉଥିବା ନୂଆଗାଁ ବ୍ଲକ ଠାରୁ ସମ୍ପୂର୍ଣ ବିଛିର୍ଣ ହେଇଯାଏ.ଯଦି କାହାକୁ ସ୍ୱାସ୍ଥ୍ୟ ହନି ଘାଇଲା ଦୋଳା ସାହାଯ୍ୟରେ ନୂଆଗାଁ ଚିକତ୍ସାଳୟ ଆସନ୍ତି.ରାତି ସମୟରେ ଗର୍ଭବତୀ ମହିଳା ରୋଗକାନ୍ତ ବ୍ୟକ୍ତିର ଚିକିତ୍ସା ପାଇଁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ.




ଏ ସମୟରେ କିଏ ମୃତ୍ୟୁ ବରଣ କରେତ କିଏ ମୃତ୍ୟୁ ମୁଖରେ ପଡିଥାଏ.ଗ୍ରାମବାସୀ ମାନେ ବହୁ ପୂର୍ବରୁ ବାରମ୍ବାର ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନୂଆଗାଁ,ଜିଲ୍ଲା ପ୍ରଶାସନିକ ଅଧିକାରୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କେହି ସେମାନଙ୍କ ସମସ୍ୟାକୁ ସମାଧାନ କରିବାପାଇଁ ପଦକ୍ଷେପ ନେଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଯଦି ଏହି ସମସ୍ୟାର ସମାଧାନ ନହୁଏ ଆଗାମୀ ସାଧାରଣ ନିର୍ବାଚନରେ ମତଦାନ କରିବେ ନାହିଁ.ଆଜି ଗ୍ରାମ ବାସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିବା ସହିତ ପ୍ରତିବାଦ କରିଛନ୍ତି ।

Post a Comment

0 Comments