ନୂଆଗାଁ ବ୍ଲକ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗୀତା .

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ଓ ଓଡିଶା ମିଲେଟସ ପ୍ରତିଯୋଗୀତା ସୁରଭି ସଂପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି.13ଟି କ୍ଲଷ୍ଟର 500ଉର୍ଦ୍ଧ ଛାତ୍ର ଛାତ୍ରୀ ଆଜିର ଏହି ପ୍ରତି ଯୋଗିତାରେ ଯୋଗଦେଇଥିଲେ.ଛତ୍ର ଛାତ୍ରୀଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ଜ୍ଞାନର ବିକାଶ ନିମିତ୍ତ ଏହି ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ. ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥାରେ ମିଲାଇଟ୍ସ କୁ ନୂଆ କରି ଯୋଗ କରାଯାଇଛି. କନିଷ୍ଠ, ବରିଷ୍ଠ ,ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦେଇଥିଲେ. ପୂର୍ବରୁ 13ଟି କ୍ଲଷ୍ଟରର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଥିଲା. ଏହି ପ୍ରତି ଯୋଗିତାରେ କୃତି ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦେଇଥିଲେ.

ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ଦିବା ନଅ ଘଟିକା ସମୟରେ ପାରମ୍ପରିକ ରୀତିନୀତି ଅନୁସାରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ନୂଆଗାଁବ୍ଲକ ଅଧକ୍ଷା  ଲଷ୍ମୀପ୍ରିୟା ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ତତ ସହିତ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, କବିତା କୁମାରୀ ଦାଶ, ଜ୍ୟୋସଚନା ରାଣୀ ସେଠୀ ଏବିଓ, ସିରାସିସି ନରେନ୍ଦ୍ର କୁମାର ବେହେରା ଓ ସମସ୍ତ କ୍ଲଷ୍ଟରୁ ଆସିଥିବା ସମସ୍ତ ସିରାସିସି ଓ ଛାତ୍ର ଛାତ୍ର  ଉପସ୍ଥିତ ରହି ଥିଲେ.

ନିର୍ଦ୍ଧାରିତ ସୂଚୀ ଅନୁସାରେ ସମସ୍ତ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା, ତର୍କ, ପ୍ରବନ୍ଧ, ସଂଗୀତ, ନୃତ୍ୟ, କୁଇଜ, ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିଲା. ଅପରାହ୍ନ ସମୟରେ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା. ଦଳଗତ ନୃତ୍ୟ ମାଧ୍ୟମରେ ଛାତ୍ରୀ ମାନେ ଶିକ୍ଷା ସମ୍ବଦ୍ଧିୟ ନୃତ୍ୟ ପରିବେଷଣ କରିଥିଲେ.ବାହାଡଝୋଲା ହାଇସ୍କୁଲ ଛାତ୍ର ମାନଙ୍କ ଦ୍ୱାରା ଏକ ସାମାଜିକ ନାଟକ ପରିବେଷଣ କରିଥିଲେ.

ଏହି ନାଟକ ମାଧ୍ୟମରେ ମୌଳିକ ଶିକ୍ଷାର ଆବଶ୍ୟକ ତାକୁ ବୁଝାଇ ଥିଲେ.ବାଲଣ୍ଡା ଉଚ୍ଚବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଆଜିର ନାରୀ ନୃତ୍ୟ ପରିବେଷଣ କରିଥିଲେ,ଜନଶକ୍ତି ଉଚ୍ଚଵିଦ୍ୟାୟ ଚାହାଳି ଆଜିର ନାରୀ ନୃତ୍ୟ ପରିବେଷଣ କରିଥିଲେ.ଯାହାକି ନାରୀ ଶିକ୍ଷା ନାରୀ ପ୍ରଗତିର ଏକ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରିଥିଲେ ଯାହାକି ସଭିଙ୍କ ମନ ମୋହିଥିଲା.କୋରଡ଼ା ପ୍ରାଥମିକ କୁନି କୁନି ପିଲାଙ୍କ ଦ୍ୱାରା ଏକ ଏକାଙ୍କିକା ସ୍ୱାସ୍ଥ୍ୟ ହିଁ ସଂପଦ ପରିବେଷଣ ହୋଇଥିଲା.ଦୈନ ଦିନ ଜୀବନରେ କିପରି ଖାଦ୍ୟ ବ୍ୟବହାର କରିବା ପରିଷ୍କାର ପରିଛନ ସହିତ ତଟକା ପନିପରିବା ବ୍ୟବହାର କରିବା.ଆସ ସ୍କୁଲ ଯିବା ନାଟକ ଦୁର୍ଦୁରା ଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା.

ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ନାରୀଶଶକ୍ତି କରଣ ସଚେତନତା ନୃତ୍ୟ ପରିବେଷଣ କରାଯାଇଥିଲା. ଯାହାକି ସମସ୍ତଙ୍କ ହୃଦୟ ରେ ମନ ଭରି ଦେଇଥିଲା.ସଂନ୍ଧ୍ୟା ସମୟରେ ଏହି ପ୍ରତିଯୋଗିତାରେ ଉଦଯାପନୀ ଉତ୍ସବ ହୋଇଥିଲା.ମାନ୍ୟବର ବିଧ୍ୟାୟକ ତଥା ନୟାଗଡ଼ ଜିଲ୍ଲା ବିଯୁଜନତା ଦଳର ସଭାପତି ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ. ତତ ସହିତ ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ସମାଜ ସେବି ଶଙ୍କର୍ଷଣ ବେହେରା, ମାଇଛେଳି ପଂଚାୟତର ସରପଞ୍ଚଙ୍କ ପ୍ରତିନିଧି ଦାଶରଥି ପ୍ରଧାନ, ପରାଢିପି ସରପଞ୍ଚ ବିଭୁତି ପ୍ରଧାନ, ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଜ୍ଵଛନା ରାଣୀ ସେଠୀ, କବିତା କାମର ଦାଶ ପ୍ରମୁଖ ଅତିଥି ମାନେ ଯୋଗଦେଇଥିଲେ.

ଏହା ଏକ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜାଗରଣ ସହିତ ତୁଳନା କରିଥିଲେ ମାନ୍ୟବର ବିଧାୟକ. ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ହେଉଛି ଲୁକାୟିତ ପ୍ରତିଭା ସହିତ ସାମଗ୍ରୀକ ବିକାଶ ହୋଇପାରିବ ଏହି ସବୁ କାର୍ଯ୍ୟକ୍ରମ ହୋଇଥାଏ. ମିଲେଟ ମିଶନ  ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଏକ ଗୁଣାତ୍ମକ କାର୍ଯ୍ୟକ୍ରମ. ମାଣ୍ଡିଆ ମାଧ୍ୟମରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ. ଯାହାକି ଶିଶୁ ମାନଙ୍କ ମଧ୍ୟରେ ଶାରୀରିକ ମାନସିକ ବୃଦ୍ଧି ହୋଇପାରିବ. ବିଶ୍ୱ ଦରବାରରେ ମାଣ୍ଡିଆକୁ ଉପସ୍ଥାପନ କରିବା ପାଈଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କର ନିଆରା ପାୟସକୁ ବିଧାୟକ ପ୍ରଶଂସା କରିଥିଲେ. ବିଗତ ଦିନରେ ମାଣ୍ଡିଆ କୁ ଅତିଶୀଘ୍ର ଜିଓ ତ୍ୟାଗ ହୋଇପରେ.ସେସରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦିଆ ଯାଇଥିଲା. ତତ ସହିତ ଜିଲ୍ଲା ସ୍ତରକୁ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସାଧୁବାଦ କରାଯାଇଥିଲା.

Post a Comment

0 Comments