ଡମ୍ଫର ଧକାରେ ଜୁବକଙ୍କ ମୃତ ଗାଡ଼ି ଜବତ୍

 


ନୟାଗଡ (ନୂଆଗାଁ )ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ଗାତେରୀ ପଂଚାୟତର ଡମୁଣୀ ଛକ ନିକଟରେ ବାଲିବୋଝେଇ ଡମ୍ଫର ଧକାରେ ଜୁବକଙ୍କ ମୃତ।

ସୁଚନା ମୁତାବକ ନୂଆଗାଁ ଥାନା ମହିପୁରୁ ଫାଣ୍ଡି ନିକଟସ୍ଥ ମହିପୁରୁ ବାହାଡ଼ା ଝୋଲା ପୂର୍ତ ବିଭାଗ ରାସ୍ତା ର ଗାତେରୀ ପଂଚାୟତର ଡମୁଣୀ ଛକ ନିକଟରେ ବାଲିବୋଝେଇ ଡମ୍ଫର (0D25K8384) ଧକାରେ ଭାଲିଆ ପଦର ଗ୍ରାମର ରବି ନାୟକ (୩୫) ଙ୍କ ମୃତଘଟିଛି । ସକାଳ (୭)ଘଟିକା ସମୟରେ ରବି ନାୟକ କାମ କରିବା ପାଇଁ ଘରୁ ବାହାରି ଗାତେରୀ ଛକକୁ ଜାଉଥୀବା ବେଳେ ବାଲି ଲୋଡଢମ୍ଫର ବାହାଡ଼ା ଝୋଲା ଆସୁଥିବା ସମୟରେ ଡମୁଣୀ ଛକ ନିକଟରେ ଦୃଘଟଣା ଘଟିଥିଲା । ଢମ୍ଫର  ଧକା ହୋଇ ଘୋଷାଡି ନେଇଯାଇଲା  ଘଟଣା ସ୍ଥଳରେ  ରବି ନାୟକ ଙ୍କ ମୃତ୍ୟୁ ହୋଇଥିଲା ।




ଡମ୍ଫର ଡ୍ରାଇଭର ଗାଡ଼ି ଧରି ଚାଲିଯାଇଥବା ବେଳେ ବାହାଡ଼ା ଝୋଲା ପଚାୟତ ର ଦଳେଇଭାଗ ଛକଠାରେ ସ୍ଥାନୀୟ ଲୋକ ଗଡୁକୁ  ଅଟକାଇଥିଲେ। ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥୀବା ବେଳେ ହେଲଫର କୁ ଗ୍ରାମବାସୀ ଅଟକ ରଖିଥିଲେ। ବାହାଡ଼ା ଝୋଲା ଫାଣ୍ଡି ଗାଡ଼ି ଓ ହେଲ୍ଫରକୁ ଅଟକ ରଖୀବା ସହିତ ନୂଆଗାଁ ଥାନା କୁ ହସ୍ତାନ୍ତର କରିଛନ୍ତି।ରାସ୍ତା ଉପରେ ଦୀର୍ଘ ଚାରିଘଣ୍ଟା ରବି ନାୟକ ଙ୍କ ମୃତ୍ୟୁ ଦେହ ପଡିରହିବା ସହିତ ମହିପୁରୁ ବାହାଡ଼ା ଝୋଲା ପୂର୍ତ ବିଭାଗ ରାସ୍ତା ବଦ ରଖିଥିଲେ ଗ୍ରାମବାସୀ। ସ୍ଥାନୀୟ ରେଭିନୁ ଓ ପୋଲିସ ପହଂଚି ଲୋକଙ୍କୁ ବୁଝାଇଥିଲେ । ସରକାରଙ୍କ ତରଫରୁ ସମସ୍ତ ସହାୟତା ଦିଆଯିବ କୁହା ଯାଇଥିଲା । ତତ ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା । 

Post a Comment

0 Comments