ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ବିଶ୍ଵକ୍ରମା ପୂଜା ଅନୁଷ୍ଠିତ

 ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ସିଂହରାଶିରୁ ଯାଇ କନ୍ୟା ରାଶିରେ ପ୍ରବେଶ କଲେ କନ୍ୟା ସଂକ୍ରାନ୍ତି ହୋଇଥାଏ। ଏହି ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ହେଉଛି, ଏହି ଦିନଟି ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଜନ୍ମଦିବସ ଭାବରେ ଭାରତ ଓ ନେପାଳ ଆଦି ଦେଶରେ ମହା ସମାରୋହରେ ପାଳିତ ହୋଇଥାଏ। ଆଜି ବିଭିନ୍ନ ଶିଳ୍ପାନୁଷ୍ଠାନ,ବ୍ଲକ  ,  ଇଲେଟ୍ରି ଅଫିସ ,ଦୋକାନ  ବିଭିନ୍ନ ଶ୍ରମିକ ସଂଘ ମଧ୍ୟରେ ପବିତ୍ର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ଆଜି ବିଭିନ୍ନ ଅନୁଷ୍ଠାନରେ ହୋଇଥିବା ପୂଜା ରେ ଯୋଗଦେଇ ଅଛନ୍ତି ।


ଖମାରସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମେଘମାଳ ଠାରେ ନିର୍ମାଣ ଶ୍ରମିକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ବିଶ୍ଵକର୍ମା ପୂଜା। ଦଶପଲ୍ଲା ଅନ୍ତର୍ଗତ ମେଡିକାଲ ଛକ ଠାରେ Raaz Contrition ଆନୁକୂଲ୍ୟରେ ଆୟୋଜିତ ବିଶ୍ଵକର୍ମା ପୂଜା,


ବିଜ୍ଞାପିତ ଅଞ୍ଚଳ ପରିଷଦ,ଦଶପଲ୍ଲା ଅନ୍ତର୍ଗତ ତ୍ରିନାଥବଜାର ଠାରେ (T. P. C. O. D.L) Daspalla ଆନୁକୂଲ୍ୟରେ ଆୟୋଜିତ ବିଶ୍ଵକର୍ମା ପୂଜା,ଦଶପଲ୍ଲା ବ୍ଲକ ଶିମିଳିସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଢ଼ସର ଠାରେ ଆୟୋଜିତ ବିଶ୍ଵକର୍ମା ପୂଜା,


ନୂଆଗାଁ ବ୍ଲକ କୋରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡ଼ିସାହି ଠାରେ ବାବା ବିଶ୍ୱକର୍ମା ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ,


ନୂଆଗାଁ ଠାରେ ବାବା ବିରୁପାକ୍ଷେଶ୍ୱର ନିର୍ମାଣ ଶ୍ରମିକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ବିଶ୍ଵକର୍ମା ପୂଜା, 

ଗଣିଆ ବ୍ଲକ ଆଡ଼କଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୂଆଁମଡ଼ା ଠାର ସମସ୍ତ ବିଶ୍ୱକର୍ମା ଶିଳ୍ପ ଓ ଗ୍ରାମବାସୀ ବୃନ୍ଦ ମାନଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ।

 

Post a Comment

0 Comments