ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧିନସ୍ଥ ମହିପୁର ଫାଣ୍ଡି ମଧ୍ୟରେ ଆମ ପୋଲିସ ବୈଠକ ଅନୁଥିତ ହୋଇଆଯାଇଛି । ନୂଆଗାଁ ଥାନା ଭରପ୍ରାପ୍ତ ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା ବୈଠକରେ ସ୍ଵାଗତ ଭାଷଣ ଦେଇଥିଲେ । ଆଗକୁ ଆସୁଛି ପାର୍ବଣ ଋତୁ ,ସ୍ଥାନୀୟ ଅଞ୍ଚଳ ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ପର୍ବ ପର୍ବାଣୀ ଆୟୋଜନ କରାଯାଇପାରିବ ସେଥୀ ପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ପୂଜା କମିଟି ସଦସ୍ୟମାନଙ୍କୁ ବୁଝାଇଥିଲେ । ବିଭିନ୍ନ ସ୍ତାହନରେ ପୁଳିଶ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ଫୁଟ ପେଟ୍ରୋଲିଙ୍ଗ ଭଳି ପୁଲିସ ପକ୍ଷରୁ କାର୍ଯ୍ୟ କ୍ରମ ଜାରି ରହିଛି ଯାହା ବୈଠକରେ ସୂଚନା ଦିଆଯାଇଥିଲା । ଉକ୍ତ ବୈଠକରେ ଏସଆଇ ତାନସେନ ବେହେରା ,ପୁରୁଷୋତମ ପ୍ରଧାନ ,ଏଏ ସ ଆଇ ମନୋରଞ୍ଜନ ଦେହୁରି ,ସନ୍ତୋଷ କୁମାର ଶୁବୁଦ୍ଧି ସମିତିର ସମସ୍ତ ସଭ୍ଯ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିଲେ ।
0 Comments