ପ୍ରଖ୍ଯାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା) ଙ୍କ ଦ୍ଵାରା ନୟାଗଡ଼ ନୁଆଗାଁ ର ଉଦୟପୁର ଗାଁ ରେ ପ୍ରତିଷ୍ଠିତ ପାଠାଗାର ସଙ୍ଗ୍ରହାଳୟ ଗବେଷଣା କେନ୍ଦ୍ରକୁ କୁ ପୁସ୍ତକ ଦାନ l ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଦିବଙ୍ଗତ ହରମୋହନ ମଲ୍ଲିକ ଙ୍କ ବ୍ୟବହୃତ 1947 ମସିହା ପୂର୍ବର ବଙ୍ଗଳା ସାହିତ୍ୟ ର ୯୨ ଖଣ୍ଡ ପୂରୁଣା ପୁସ୍ତକ, ଓଡ଼ିଆ ସାହିତ୍ୟ ର ୯୯ଖଣ୍ଡ ପୁସ୍ତକ ଏବଂ ଇଂରାଜୀ ଓ ହିନ୍ଦୀ ସାହିତ୍ୟ ର ୨୪ ଖଣ୍ଡ ପୁସ୍ତକ ସର୍ବ ମୋଟ ୨୧୫ଖଣ୍ଡ ପୁରୁଣା ଓ ନୁଆ ପୁସ୍ତକ ମାନକୁ ସାହିତ୍ୟିକ ହରମୋହନ ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପୁତ୍ର ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଶ୍ରୀ ଅଜିତ୍ କୁମାର ମଲ୍ଲିକ, ଗଣ୍ଡମୁଣ୍ଡା,ଭୁବନେଶ୍ବର ଏବଂ ସହଧର୍ମିଣୀ ଓ କନ୍ୟା ମାନସୀ ମଲ୍ଲିକ ସ ପରିବାର ସହିତ ଦାସିଆ ଅଜାଙ୍କ ସାଂସ୍କୃତିକ ସମ୍ଭାରକୁ ପରିଦର୍ଶନ ରେ ଆସି ସମସ୍ତ ପୁସ୍ତକ ମାନଙ୍କୁ ପାଠାଗାର କୁ ପ୍ରଦାନ କରି ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି l ପୁସ୍ତକ ଦାନ ପ୍ରଦାନ ସମୟରେ ନୁଆଗାଁ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ଓ ଦାସିଆ ଅଜା ଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକ ଉପସ୍ଥିତ ଥିଲେ। ମଲ୍ଲିକ ପରିବାରଙ୍କ ପୁସ୍ତକ ବଦାନ୍ୟତା କୁ ଅନୁଷ୍ଠାନ ପକ୍ଷ୍ୟରୁ କୃତଜ୍ଞତା ପ୍ରଦାନ କରାଯାଇଛି ସାହିତ୍ୟ ପ୍ରେମୀ ମାନଙ୍କ ପକ୍ଷ୍ୟରୁ ଅଭିନନ୍ଦନ।
0 Comments