ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ସ୍ବଚ୍ଛତା ପାଇଁ ଶ୍ରମାଦାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତବକ ଆଜି ୧ ଅକ୍ଟୋବର ସ୍ବଚ୍ଛତା ପାଇଁ ଶ୍ରମାଦାନ ସାରା ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ଆହ୍ଵାନ କ୍ରମେ ଏହି କାର୍ଯ୍ୟ କ୍ରମ କରାଯାଇଛି ।
୯ ବର୍ଷ ପୂର୍ବେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଫଳରେ ସ୍ୱଚ୍ଛତା ଏକ ଜାତୀୟ ଆଚରଣରେ ପରିଣତ ହେଲା ଏବଂ ସ୍ୱଚ୍ଛ ଭାରତ ମିସନ ଘରେ ଘରେ ପରିଚିତ ହେଲା।ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିଆରା ଆହ୍ୱାନ ଦେଇଛନ୍ତି। ମନ୍ କୀ ବାତ୍ର ୧୦୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଯେ ଅକ୍ଟୋବର ୧ ତାରିଖ ସକାଳ ୧୦ଟାରେ ସମସ୍ତ ନାଗରିକ ମିଳିତ ଭାବେ ବାପୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପାଇଁ ‘ସ୍ୱଚ୍ଛାଞ୍ଜଳି’ ଭାବେ ପାଳନ କରିବେ। ସ୍ୱଚ୍ଛତା ହିଁ ସେବା ଅଭିଯାନ ସମ୍ପର୍କରେ ସେ କହିଛନ୍ତି, ଅକ୍ଟୋବର ପହିଲା ଅର୍ଥାତ୍ ରବିବାର ସକାଳ ୧୦ଟାରେ ସ୍ୱଚ୍ଛତା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଆପଣମାନେ ମଧ୍ୟ ସ୍ୱଚ୍ଛତା ସମ୍ବନ୍ଧୀୟ ଏହି ଅଭିଯାନରେ ସମୟ ବାହାର କରି ସାହାଯ୍ୟ କରିବା ଉଚିତ୍ । ଆପଣ ନିଜ ରାସ୍ତା କିମ୍ବା ଆଖପାଖ ଅଞ୍ଚଳରେ କିମ୍ବା କୌଣସି ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇପାରିବେ।ଏହି ବୃହତ ସ୍ୱଚ୍ଛତା ଅଭିଯାନରେ ବଜାର ଅଞ୍ଚଳ, ରେଳଧାରଣା, ଜଳାଶୟ, ଧାର୍ମିକ ସ୍ଥଳ ଆଦି ସର୍ବସାଧାରଣ ସ୍ଥାନର ବାସ୍ତବ କାର୍ଯ୍ୟକଳାପରେ ସାମିଲ ହେବାକୁ ସବୁ ବର୍ଗର ନାଗରିକଙ୍କୁ ଆହ୍ୱାନ ଦିଆଯାଇଛି। ପ୍ରତ୍ୟେକ ସହର, ଗ୍ରାମ ପଞ୍ଚାୟତ, ସରକାରଙ୍କ ସମସ୍ତ କ୍ଷେତ୍ର ଯଥା ବେସାମରିକ ବିମାନ ଚଳାଚଳ, ରେଳବାଇ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ସରକାରୀ ଅନୁଷ୍ଠାନଗୁଡ଼ିକ ନାଗରିକମାନଙ୍କ ନେତୃତ୍ୱରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ସୁଗମ କରିବେ । ସଫେଇ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଗ୍ରହୀ ଏନଜିଓ/ ଆରଡବ୍ଲୁଏ/ ପ୍ରାଇଭେଟ୍ ସଂସ୍ଥା ଇତ୍ୟାଦି ପୌରାଞ୍ଚଳ/ ଜିଲ୍ଲା ପ୍ରଶାସନର ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ । ସ୍ୱଚ୍ଛତା କାର୍ଯ୍ୟକ୍ରମଗୁଡ଼ିକ ସ୍ୱତନ୍ତ୍ର ଭାବରେ ନିର୍ମିତ ଆଇଟି ପ୍ଲାଟଫର୍ମ ସ୍ୱଚ୍ଛତା ହିଁ ସେବା – ନାଗରିକ ପୋର୍ଟାଲ https:/wachhatahiseva.com ଜନସାଧାରଣଙ୍କ ସୂଚନା ପାଇଁ ଉପଲବ୍ଧ ହେବ ।
ସ୍ୱଚ୍ଛତା ସ୍ଥାନରେ ନାଗରିକମାନେ ଫଟୋ ଉଠାଇ ପୋର୍ଟାଲରେ ଅପଲୋଡ ମଧ୍ୟ କରିପାରିବେ। ଏହି ବୃହତ୍ ସ୍ୱଚ୍ଛତା ଅଭିଯାନ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ସ୍ୱଚ୍ଛତା ହିଁ ସେବା ୨୦୨୩ର ଏକ ଅଂଶ। ନାଗରିକମାନେ ପୁରୁଣା କୋଠାଗୁଡ଼ିକର ପୁନରୁଦ୍ଧାର, ଜଳାଶୟ ସଫେଇ, ଘାଟ, କାନ୍ଥ ରଙ୍ଗ କରିବା, ପଥପାର୍ଶ୍ବ ନାଟକ, ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ ଭଳି ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ପକ୍ଷ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚ କୋଟିରୁ ଅଧିକ ନାଗରିକ ସାମିଲ ହୋଇଛନ୍ତି ।
ନୂଆଗାଁ ବ୍ଲକ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଉପସ୍ଥିତିରେ ସମସ୍ତ କର୍ମଚାରୀ ବ୍ଲକ ପରିସରକୁ ସାଫା ସୁତୁରା କରିବା ସହିତ ସ୍ଵଚ୍ଛତା ହିଁ ସେବାର ଶପଥ ନେଇଥିଲେ ।
0 Comments