ନୂଆଗାଁ ବ୍ଲକ ର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ଅନୁକୁଲ୍ୟ ରେ ବିଭିନ୍ନ କ୍ଲଷ୍ଟର ମଧ୍ୟରେ ଶିଶୁ ମହୋତ୍ସବ  ସୁରଭି କାର୍ଯ୍ୟ କ୍ରମ  ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ଆନୁକୁଲ୍ଯରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇୟାଇଛି । ଚଳିତ ବର୍ଷର ସୁରଭି କାର୍ଯ୍ୟ କ୍ରମର ମୁଖ୍ୟ ପ୍ରସଙ୍ଗ  ” ଶିକ୍ଷା ପାଇଁ ପୋଷଣ ,NUTRITION FOR EDUCATION ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ପୂର୍ଣାଙ୍ଗ ବିକାଶ ,ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ତଥା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ କ୍ରମ ରେ ଗୋଷ୍ଠୀ ସହଯୋଗ ଓ ସଚେତନତା ନିମନ୍ତେ ଚଳିତ ବର୍ଷ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି । ଏତତ ବ୍ଯତୀତ ଚଳିତ ବର୍ଷ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ କୃଷି ଓ କୃଶକ ସଶକ୍ତି କାରଣ ବିଭାଗ ଆନୁକୁଲ୍ଯରେ ଓଡିଶା ମିଳେଟ ମିସନ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ର ସହଭାଗିତାରେ ବିଦ୍ୟାଳୟ ,କ୍ଲଷ୍ଟର ,ବ୍ଲକ ଓ ଜିଲ୍ଲାସ୍ତରରେ ମିଲେଟ ଉପଦେୟତା ,ସଚେତନତା ,ଶାରୀରିକ ସୁସ୍ଥତା ,ପାଇଁ ଆବଶ୍ୟକତା ତଥା ପ୍ରଚାର ଓ ପ୍ରସାର ପାଇଁ ପ୍ରତିଯୋଗୀତା ଆୟୋଜନ କରାଯିବ । 


ଆଜି ନୂଆଗାଁ ବ୍ଲକର ବିଭିନ୍ନ କ୍ଲଷ୍ଟର ମଧ୍ୟରେ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମ ମାଧ୍ୟମରେ ପ୍ରାଥମିକ ସ୍କୁଲ ଠାରୁ ହାଇସ୍କୁଲ ଓ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜ୍ଞାନ ,କୁଇଜ ,ବକୃତା,ଚିତ୍ରାଙ୍କନ ,ସୃଜନ ଶୀଳ ଲିଖନ ,ପ୍ରବନ୍ଧ ,ଦେଶାତ୍ମକ ସଙ୍ଗୀତ ,ସୁନ୍ଦର ହସ୍ତାକ୍ଷର ଲିଖନ ,ତଥା ଦଳଗତ ସଙ୍କୃତିକ କାର୍ଯ୍ୟ କ୍ରମ ଓ ନୃତ୍ୟ ଆଦି ପରିବେଷଣ ହୋଇଥିଲା । କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା ବ୍ଲକ ସ୍ତରରେ ଭାବଗନେବେ । 


ନୂଆଗାଁ ସରକାରୀ ପ୍ରାଥମିକ  ସ୍କୁଲ ପରିସରରେ ନୂଆଗାଁ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।


କାର୍ଯ୍ୟ କ୍ରମର ଅନ୍ତିମ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର,ଚିନ୍ମୟ କୁମାର ପ୍ରଧାନ ଅଧ୍ୟାପକ ମାତୃଭାଷା ,ମୁରଲୀଧର ନାୟକ ଅବସରପ୍ରପାତ ଶିକ୍ଷକ , ଭବାନୀ ଶଙ୍କର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷକ  ଉପସ୍ଥିତ ରହିଥିଲେ । 


ସଂପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡ଼ା ପରିସରରେ ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ ପ୍ରତିଯୋଗୀତା ରେ ୧୭ ଟି ବିଭାଗରେ ୫୧ ଜଣ କୃତୀ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା | ମୂଖ୍ୟ ଅତିଥି ରୂପେ  ଶ୍ରୀମତୀ ପ୍ରତିଭା ପ୍ରିୟଦର୍ଶିନୀ ପ୍ରଧାନ ସରପଞ୍ଚ ମାଈଛେଳି ଗ୍ରାମପଞ୍ଚାୟତ, ମୂଖ୍ୟ ବକ୍ତା ରୂପେ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ସଂପାଦକ  ସୋହମ NGO ନୟାଗଡ଼ ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର କର ABEO ନୂଆଗାଁ ବ୍ଳକ, ଶ୍ରୀଯୁକ୍ତ ହୃଷିକେଶ ପ୍ରଧାନ ଶିକ୍ଷକ ଶିନ୍ତାମଣି ବିଦ୍ୟାପୀଠ ସଂପଡ଼ା ଯୋଗଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ରୂପେ କାମାକ୍ଷା ପ୍ରସାଦ ଦାଶ, ନରେନ୍ଦ୍ର କୁମାର ବେହେରା, ପ୍ରଭାତୀ ଦେଇ, ରଶ୍ମିତା ସେଠୀ ଦ୍ଵାୟିତ୍ଵ ନିର୍ବାହ କରିଥିଲେ | 

ଭରତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୋରଡ଼ା ସିଆରସିସି-ଶ୍ରୀନିବାସ ରଥସହଯୋଗ,କବିତା ମଞ୍ଜରୀ ବାହିନୀପତି ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମୁଖ୍ୟ ଅତିଥି ,ଏବଇଇଓ କବିତା କୁମାରୀ ଦାଶସମ୍ମାନିତ ଅତିଥି ,ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମହାପାତ୍ର ଓ କିଶୋର ଚନ୍ଦ୍ର ଜେନା ସୁରଭି ଓ ମିଲେଟସ୍-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ । 


                                  ଜଗନ୍ନାଥପ୍ରସାଦ ନୋଡାଲ ଅପର ପ୍ରାଇମେରୀ ସ୍କୁଲ ,ଜଗନ୍ନାଥପ୍ରସାଦ କ୍ଲଷ୍ଟର ।  


Post a Comment

0 Comments