ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ବନ ଜଙ୍ଗଲ ପରିବେଷ୍ଟିତ ମଧ୍ୟରେ ଥିବା ଏହି ବିଦ୍ୟାଳୟ ଯାହାକି ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନୁକୂଳରେ ଏହି ବିଦ୍ୟାଳୟଟି ପ୍ରତିଷ୍ଠିତ. ଚଳିତ ବର୍ଷ ବିଦ୍ୟାଳୟ ମଧ୍ୟରେ ଅଭିଭାବକ ଆମ ଅଂଶୀଦାର ଆମସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନଙ୍କୁ ବିଦ୍ୟାଳୟର ଆରମ୍ଭ ରୁ ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଡ଼ି ଆଣିଥିଲେ ଛାତ୍ର ଛାତ୍ରୀ . ବିଦ୍ୟାଳୟ ଆୟୋଜିତ ହୋଇଥିବା ବିଭିନ୍ନ ସ୍ଟଲ ଉପସ୍ଥାପନ ହୋଇଥିଲା. ସ୍ଟଲ ମଧ୍ୟରେ କ୍ରୀଡା, ସ୍ୱାସ୍ଥ୍ୟ, ବହି, ବାଦ୍ୟ ଯନ୍ତ୍ର ପରିବେଶ ଭଳି ସ୍ଟଲ ପରିବେଷଣ କରାଯାଇଥିଲା.
ଅଙ୍ଗାନାବାଡି କର୍ମୀ ମାନଙ୍କ ଦ୍ୱାରା ସୁଷମ ଖାଦ୍ୟର ସ୍ଟଲ ଖୋଲା ଯାଇଥିଲା .ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା. ସଭାରେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ନୂଆଗାଁ ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଯଂଜ୍ଞଶ୍ୱର ନାୟକ, ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ଜିଲ୍ଲା ଜନଜାତି ବିଭାଗର ବନମାଳୀ ସ୍ୱାଇଁ,ବିଦ୍ୟାଳୟର ପ୍ରଧାନ............. ସହିତ ସମସ୍ତ ଅଭିଭାବକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ. ପ୍ରଧାନ ଶିକ୍ଷକ ନିଜ ଅଭିଭାଷଣ ମାଧ୍ୟମରେ ସ୍କୁଲର ସମସ୍ୟା ବିଷମୟରେ ଉପସ୍ଥାପନ କରିଥିଲେ. ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ଅଭିଭାଷଣ ମାଧ୍ୟମରେ ଛତ୍ର ଛାତ୍ରୀଙ୍କୁ କିଛି ଉପଦେଶ ଦେଇଥିଲେ. କିଭଳି ଶିକ୍ଷା କ୍ଷେତ୍ରରେ ନିଜକୁ ଉପଯୋଗୀ କରିବା, *ଯେତେବେଳେ ନିଯେ ନିଜକୁ ଭଲପାଇନେ ସେପର୍ଯ୍ୟନ୍ତ ଭଲ ପାଠ ହେବ ନାହିଁ* .ନିଜକୁ ଭଲପାଇଲେ ମହାତ୍ମାଗାନ୍ଧୀଙ୍କର ସେହି ମହାନ ଉପଦେଶ କୁ ଆମେ ସଠିକ ଭାବରେ କରିପାରିବା. ଖରାପ କଥା କହିବାନି, ଖରାପ କଥା ଦେଖିବନି, ଖରାପ କଥା ଶୁଣିବନି . ନୂତନ କରି ଯୋଗଦେଇ ଥିବା କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ପିଲାଙ୍କୁ ଭଲ ଛାତ୍ର ଛାତ୍ରୀ ହେବା ପାଈଁ ଉପଦେଶ ଦେଇଥିଲେ. ତତ ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ଭୂମିକା, ସୁରକ୍ଷା ଉର୍ନ୍ନତି, ଶିଶୁ ସୁରକ୍ଷା ଉପରେ ବର୍ଣ୍ଣନା କରିଥିଲେ.କାର୍ତ୍ତିକ ଯାନୀନବମ ଶ୍ରେଣୀର ଛାତ୍ର ଅଭିଭାଷଣ ଦେଇ ଥିଲେ.ଭଲ ପାଠ ପଢିବା, ଦେଶ ଗଢିବା ବିଦ୍ୟାଳର ସମସ୍ତ ସମସ୍ୟା ବିଷୟରେ ସହିତ କୋମ୍ପୁଟର ଶିକ୍ଷା କୁ କିଭଳି କରାଯିବ ସେ ନେଇ ବିଡ଼ିଓ ଙ୍କୁ ଅନୁରୋଧ କରିଥିଲେ ଛାତ୍ର ଛାତ୍ରୀ .ବିଡିଓ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ନିଜେ ନିଜର ଶିକ୍ଷକ କିଭଳି ହୋଇ ପାରିବେ. ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସମସ୍ତ କନିଷ୍ଠ ଛାତ୍ର ଛାତ୍ରୀଙ୍କୁ ପାଠ ପତଢ଼ାଇବେ ତା ହେଲେ ଶିକ୍ଷା ଶିକ୍ଷକ ଅଭାବରହିବ ନାହିଁ.ଶିକ୍ଷା ହିଁ ଆଣିବ ପ୍ରକୃତ ପରିବର୍ତନ.
ଓଡିଶା ସରକାରଙ୍କ ଦ୍ୱାରା ଏହିବାର୍ତ୍ତା ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓଡିଶା ଏହି ବାର୍ତା ଦେଇ ଅଛନ୍ତି. ଯାହାକୁକୀ ଛତ୍ର ଛାତ୍ରୀ ଅଭିଭାବକ ପଠନ କରି ଥିଲେ.ସେସରେ କୃତି ଛାତ୍ର ଛାତ୍ରୀଙ୍କୁ ଟ୍ରଫି ସହିତ ମାନପତ୍ର ବଣ୍ଟନ କରାଯାଇଥିଲା. ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଉଇ ସଭାସାନ କରାଯାଇଥିଲା.
0 Comments