ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ଉଚ୍ଚ ବିଦ୍ୟାଳୟ ମଧ୍ୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମର ମୁଖ୍ୟ ଉଦେଶ୍ୟ ଥିଲା ମୁଁ ଶପଥ କରୁଅଛି କି ମୁଁ ନିଜେ ନିଜ ଘରକୁ ସାଫା ରଖିବା ସହ ନିଜର ଚାରିପାଖକୁ ସାଫା ସୁତୁରା ରଖିବୀ ,ବାହାରେ ମଳତ୍ଯାଗ କରିବି ନାହିଁ ,ସର୍ବଦା ପାଇଖାନା ବ୍ୟବହାର କରିବି ,ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନ ରେ ନିହାତି ଭାବରେ ହାତ ଧୋଇବି । ଅଳିଆ ଆବର୍ଜନା ଏଣେ ତେଣେ ନପକାଇ ଆବର୍ଜନା କୁଣ୍ଡରେ ପକାଇବି । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କମ କରିବା ପାଇଁ ସମସ୍ତଙ୍କୁ ପର୍ବତାଇବି। ଘରୁ ବାହାରୁଥିବା ବର୍ଜ୍ୟ ବସ୍ତୁର ସଠିକ ନିଷ୍କାସନ ପାଇଁ ଶୋଷକ ଖାତ ର ବ୍ୟବହାର କରିବି । ସର୍ବଦା ନଳକୂପ ଓ ଟ୍ୟାପ ପାଣି ବ୍ୟବହାର କରିବି । ପିଇବା ପାଣି ଓ ଖାଦ୍ଯ ସର୍ବଦା ଘୋଡାଇ ରଖିବୀ । ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କର ସମସ୍ତ ନିୟମ ପାଳନ କରିବା ତା ହେଲେ ସମସ୍ତେ ସୁରକ୍ଷିତ ରହିବା । ଏସବୁ ବା ର୍ତା ଛାତ୍ର ଛାତ୍ରୀ ଶପଥ ନେଆଇଥିଲେ ।

ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ଯ ,ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷତ୍ରି ଉପସ୍ଥିତ ରହିଥିଉଲେ । ଏହି କାର୍ଯ୍ୟ କର୍ମ ନୂଆଗାଁ ବ୍ଲକ ର ୨୨ ଗୋଟି ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହେବ । ଆଜି ନୂଆଗାଁ ପଞ୍ଚାୟତ ଅନୁକୂଳରେ ଅନୁଷ୍ଠିତ ହୋଇଯାଇଛି । ୨୨/୯ /୨୩ ରୁ ୦୨/୧୦ /୨୩ ପର୍ଯ୍ୟନ୍ତ ଚାଲୁରହିବ ।
0 Comments