ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ୩ ଗୋଟି ପରୀକ୍ଷା ସେଣ୍ଟର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଚଳିତ ବର୍ଷର ପଞ୍ଚମ ବୃତି ପରୀକ୍ଷା । ସୂଚନା ମୁତବକ ମାଧ୍ଯମିକ ଶିକ୍ଷା ପରିଷଦ ,ଓଡିଶା କଟକ ଅନୁକୂଳୟରେ ସାରା ଓଡିଶାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ନୂଆଗାଁ ବ୍ଲକ୍ର ତିନି ଗୋଟି ପରୀକ୍ଷା ସେଣ୍ଟର ମଧ୍ୟରେ ପରୀକ୍ଷା ହୋଇଥିଲା । ସମୁଦାୟ ୩ ଟି ସେଣ୍ଟର ମଧ୍ୟରେ ୧୬୩ ରୁ ୧୪୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଅଛନ୍ତି । ନୂଆଗାଁ ଉଚ୍ଚ ବିଦ୍ୟାଳରେ ୪୮ ଛାତ୍ର ଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବଲେ ୩୭ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ । ମହିପୁରର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ୭୩ ଛାତ୍ର ଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବଲେ ୬୭ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ। ଠିକ ସେହିପରି ବାହାଦ୍ଝୋଳ ଉଚ୍ଚ ବିଦ୍ୟାଳୟରେ ୪୨ଛାତ୍ର ଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବଲେ ୪୧ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ। ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇ ଅଛନ୍ତି ।
0 Comments