ନୂଆଗାଁ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହମଧ୍ୟରେ  ସୂଚନା ଲୋକ ସମ୍ପର୍କ ବିଭାଗ ଓଡିଶା ଭାଷା  ସାହିତ୍ଯ ଓ ସଙ୍କୃତି ବିଭାଗ ଓଡିଶା ସରକାରଙ୍କ ଆନୁକୁଲ୍ଯରେ ଓଡିଶା ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା ଶିକ୍ଷା ଓ ଯୋଗଯୋଗ ଅଭିଯାନ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଛି । ଏହି ଶିବିରରେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ଓ ସଂଙ୍କୃତି ସଂଘର ଉପ ସଭାପତି ଗୋଳଲଖବିହାରୀ ଗୋଛାୟତଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଥିଲା । ଲୋକ କଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଚାର ପ୍ରସାର କରି ଜନସାଧାରଣ ଙ୍କୁ ସଚେତନ କରାଇବା ସହିତ ଓଡିଶାର ପାରମ୍ପରିକ ଲୋକକଳାର ସଂରକ୍ଷଣ ,ବିକାଶ ତଥା ପ୍ରଚାର ପ୍ରସାର  ଓ କଳାକାର ମାନଙ୍କର ଜୀବନ ଜୀବିକାରେ ସହାୟତା ହୋଇପାରିବ । ବିଶେସ କରି ପାଲା ,ଦାସକାଠିଆ ,ସଂଙ୍କିର୍ତନ  ,ଘୋଡାନାଚ ଓ ସଲାକ ସଙ୍ଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରାଜୀବ । ଉକ୍ତ କାର୍ଯ୍ୟ କ୍ରମରେ ନୂଆଗାଁ ବ୍ଲକର ୨୨ ପଂଚାୟତର କଳା ସଂସ୍କୃତି ସଂଘର ସଦସ୍ୟ ଯୋଗଦେବେ ।

ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଯଥା ମମତା ଯୋଜଜନା ,ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜୋନା ,ମଧୁବାବୁ ପେନସନ ଯୋଜୋନା ,ମିସନ ଶକ୍ତି ,ଫସଲ ବୀମା ,ଫସଲ ରୁଣ ସୁଧ ରିହାତି ,ଆମ ହସ୍ପିଟାଲ ,କ୍ରିଡା ,ବିଜୁ ପକ୍କା ଘର ,ମୋ ଘର ,ମୋ ଓଡିଶା ଆମ ଓଡିଶା ନବୀନ ଓଡିଶା ଯୋଜନା , ୫ଟି ରୂପାନ୍ତରିକ ହାଇସ୍କୁଲ ଯୋଜଜା ଆଦି ସମ୍ପର୍କରେ ଲୋକ ମାନଙ୍କୁ ଅବଗତ ତଥା ସଚେତନ କିଭଳି କରାଯାଇପାରିବ ସୂଚନା ଦିଆଯାଇଥିଲା  ।

ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘର ଗୁରୁ  ଶ୍ରୀ ମଦନ ମୋହନ ପ୍ରଧାନ ଏହି ପ୍ରଶିକ୍ଷଣର ସମସ୍ତ ନିୟମ ,ଯୋଜଜା କିଭଳି ପ୍ରଚାର ପ୍ରସାର କରାଯିବ ସେ ବିଷୟରେ ସମସ୍ତ ବିବରଣୀର ସୂଚନା ଦେଇଥିଲେ । ନୂଆଗାଁ ବ୍ଲକ ର ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା ,ସିଡିପିଓ ଶ୍ରୁଭକେଶରୀ ମଲ୍ଲିକ ,ଓଏଲଏମର ସସ୍ମିତା ପରିଡା , ଏବିଓ ଯୋଶ୍ଚନାରାନୀ ଶେଠୀ ଓ ୮୩ ଜଣ କଳାକାର ଉପସ୍ଥିତ ରହିଥିଲେ ।ସେସରେ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ କଳା ପଦର୍ଶନ କରା ଯାଇଥିଲା । 

Post a Comment

0 Comments