ନୟାଗଡ ଜିଲ୍ଲା ଉଦୟପୁର ପଂଚାୟତ ମଧ୍ୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ବାସୁଦେବ ନାୟକଙ୍କ ତତ୍ବାବଧାନରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ କ୍ରମର ମୁଖ୍ୟ ଉଦେଶ୍ୟ ଥିଲା ମୁଁ ଶପଥ କରୁଅଛି କି ମୁଁ ନିଜେ ନିଜ ଘରକୁ ସାଫା ରଖିବା ସହ ନିଜର ଚାରିପାଖକୁ ସାଫା ସୁତୁରା ରଖିବୀ ,ବାହାରେ ମଳତ୍ଯାଗ କରିବି ନାହିଁ ,ସର୍ବଦା ପାଇଖାନା ବ୍ୟବହାର କରିବି ,ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନ ରେ ନିହାତି ଭାବରେ ହାତ ଧୋଇବି । ଅଳିଆ ଆବର୍ଜନା ଏଣେ ତେଣେ ନପକାଇ ଆବର୍ଜନା କୁଣ୍ଡରେ ପକାଇବି । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କମ କରିବା ପାଇଁ ସମସ୍ତଙ୍କୁ ପର୍ବତାଇବି। ଘରୁ ବାହାରୁଥିବା ବର୍ଜ୍ୟ ବସ୍ତୁର ସଠିକ ନିଷ୍କାସନ ପାଇଁ ଶୋଷକ ଖାତ ର ବ୍ୟବହାର କରିବି ।

ସର୍ବଦା ନଳକୂପ ଓ ଟ୍ୟାପ ପାଣି ବ୍ୟବହାର କରିବି । ପିଇବା ପାଣି ଓ ଖାଦ୍ଯ ସର୍ବଦା ଘୋଡାଇ ରଖିବୀ । ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କର ସମସ୍ତ ନିୟମ ପାଳନ କରିବା ତା ହେଲେ ସମସ୍ତେ ସୁରକ୍ଷିତ ରହିବା ।ଉଦୟପୁର ପଞ୍ଚୟତର ସମିତିସଭ୍ୟଙ୍କ ପ୍ରତିନିଧି ,ସମସ୍ତ ୱଡମେମ୍ବର ଓ ନୂଆଗାଁ ବ୍ଲକ ସଂଯୋଜକ କାହ୍ନୁ ଚରଣ ବେହେରା ଉପସ୍ଥିତ ରହି ପଂଚାୟତ ପରିସର ଓ ହନୁମାଙ୍କ ପୀଠ ସ୍ଵଛ କରା ଯାଇଥିଲା । ତତ ସହିତ ସମୂହ ଶପଥ ନେଇଥିଲେ ନିଜେ ସହିତ ସ୍ବଚ୍ଛ ରହିବା ସହିତ ସଚ୍ଛ ରହିବାପାଇଁ ସମସ୍ତ ଗ୍ରାମ ବେସିନକୁ କହିଥିଲେ ।
0 Comments