ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ରେ ନୂତନ ଭାବରେ ଯୋଗଦେଲେ ବ୍ଲକ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ. ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମଧ୍ୟରେ ବ୍ଲକ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ. ଆଜି ନୂଆଗାଁ ବ୍ଲକ ମଧ୍ୟରେ ଯୋଗଦେବା ପରେ ବିଭନ୍ନ ସାଙ୍ଗଠନିକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି.
ସୂଚନା ମୁତାବକ ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଫୁଲ ଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଅଂଚଳର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇହିଲେ. ଉନ୍ନୟନ ଅଧିକାରୀ ପ୍ରତିକ୍ରିୟାରେ ସୂଚନା ଦେଇଥିଲା ବ୍ଲକ ମଧ୍ୟରେ ଥିବା ସମସ୍ତ ବିଭାଗ ଉପରେ ଗୁରୁତ୍ୱ ଦିଆଯିବ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ,ଅଙ୍ଗନବାଡି, ଉଦ୍ୟାନ, ମୃତ୍ତିକାସରକ୍ଷଣ, ପଞ୍ଚାୟତ୍ତିରାଜ, ମିଶନଶକ୍ତି, ଆବାସଯୋଜନା, ଖାଦ୍ୟସୁରକ୍ଷା, ଭତା, ପାନୀୟ ଜଳ ସହିତ ସମସ୍ତ ମୌଳିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ.
0 Comments