କାପତାପଲ୍ଲୀ ଗ୍ରାମରେ ୭ଲକ୍ଷ ଟଙ୍କା ବିନିମୟରେ ନୂତନ ମନ୍ଦିର ନିର୍ମାଣ ପାଈଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

 


ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପାଣ୍ଠରୁ ମା ମହାମାୟୀ ଙ୍କ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ୭ଲକ୍ଷ ଟଙ୍କା ବିନିମୟରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା..ଏହି ଅବସରରେ ବହୁ ସଂଖ୍ୟାରେ ମହିଳା ଓ ଗୁରୁଜନ ମାନେ ଏକ କଳସ ଶୋଭାଯାତ୍ରାରେ ବାହାରି ନଗର ଭ୍ରମଣ କରିଥିଲେ..ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସହ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ,ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଏବଂ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟା ଓ ପଡୋଶୀ ଗ୍ରାମପଞ୍ଚାୟତ ଗୁଡିକରୁ ବହୁ ସରପଞ୍ଚ,ସମିତିସଭ୍ୟ ଯୋଗଦେଇ ଥିଲେ l

Post a Comment

0 Comments