ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଗୋ-ପୂଜନ କାର୍ଯ୍ୟ ଅନୁଷ୍ଠିତ




ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯିବାର ବିଧି ରହିଛି। ଗୋମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।ଏହି ପରମ୍ପରାକୁ ପାଥେୟ କରି ଆଜି ପବିତ୍ର ଗହ୍ମା ପୂର୍ଣମା ଅବସରରେ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଆଜି ଗୋ - ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଚି। 



ଇଟାମାଟିରେ ଥିବା ଗୋଶାଳାରେ ଆଜି  ବନ୍ଦାପନା କରାଯାଇ ପରେ ଗୋମାତାଙ୍କୁ ପିଠା ଓ ଘାସ ଦିଆ ଯାଇଥିଲା। ହଜି ଯାଉଥିବା ପରମ୍ପରାକୁ ବଞ୍ଚାଇ ରଖିବାକୁ ଅନନ୍ୟା ଫାଉଣ୍ଡେସନ ତରଫରୁ ପ୍ରୟାସ କରାଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Post a Comment

0 Comments