ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କନ୍ଧଖାଲମଡା ଗ୍ରାମରୁ ଆଜି ସନ୍ଧ୍ଯା ସମୟରେ ବନବିଭାଗ ଚଢାଉକରି ୩୦ କେଜି ବାର୍ହା ମାଂସ ଜବତକରିଛି । ସୂଚନା ମୁତବକ ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ଆଜି ଜକେଡା ପଂଚାୟତ କନ୍ଧଖାମଡା ଗ୍ରାମର ଦୁର୍ଜ୍ୟଧନ ମଳିକଂକ ଗାଧୁଆଘରୁ ବର୍ହା ମୁଣ୍ଡ ସହିତ ମାଂସ ଜବତ କରିଛି । ଘଟଣା ସ୍ଥଳରୁ ଅପରାଧୀ ଚମ୍ପଟ ମାରି ଚାଲିଯାଇଥିବା ବନବିଭାଗ ସୂଚନା ଦେଇଛନ୍ତି । କଟା ଯାଇଥିବା ମାଂସ ୧୮ କେଜି ହୋଇଥିବା ବେଳେ ବର୍ହା ମୁଣ୍ଡ ୧୨ କେଜି । ମାଂସକୁ ଜବତ କରି ମହିପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଣାଯାଇ ଏକ କେସ(ନ- ୧୩ /୨୩) ରଜୁ କରାଯାଇଛି । ଘଟନା ସ୍ଥଳରେ ମହିତମା ବନପାଳ ରାକେଶ କୁମାର ସାହୁ ,ବନରକ୍ଷୀ ଅର୍ଦ୍ଧେନ୍ଦୁ ପରିଡା,ସମାପ୍ତି ସାମନ୍ତରାୟ,ସନେଶ୍ବନୀ ପ୍ରଧାନ ଉପସ୍ଥିତ ରହିଥିଲେ । ଜବତ ବାରହା ମାଂସକୁ ଆଜି ସଂପଡା ମେଗା ନର୍ସରୀ ମଧ୍ୟରେ ପୋଷ୍ଟମଟମ କରି ଗାତଖୋଳି ପୋତି ଦିଆଯାଇଛି. ଘଟଣା ସ୍ଥଳରେ ଏସିଏଫ ଅମର୍ତ୍ତିତ କୁମାର ସାହୁ, ବିଭିଓ ସୁବାଶିଷ ମହାପାତ୍ର, ବନପାଳ ରାକେସ କୁମାର ସାହୁ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିଲେ।
0 Comments