ନୂଆଗାଁ ବ୍ଲକ୍: ଅମୃତ ସରୋବର ଠାରେ ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ

 


ନୟାଗଡ ନୂଆଗାଁ ବ୍ଲକ୍ ର ୫ ଟି ଅମୃତ ସରୋବର ପ୍ରକଳ୍ପ ନିକଟରେ ୭୭ ତମ ସ୍ଵାଧୀନତା ଦିବସ ତଥା ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ନୂଆଗାଁ ବ୍ଲକ୍ ର ବେରୂଅଁବାରୀ ପଂଚାୟତ ର ଗାଡିଆ ପୋଖରୀ ଅମୃତ ସରୋବର, ହରିପୁର ପଂଚାୟତ ର ସୁଆଗି ପୋଖରୀ ଅମୃତ ସରୋବର, ମହିପୁର ପଂଚାୟତ ର ନନ୍ଦିଘୋଷପୂର ଅମୃତ ସରୋବର, ସିକ୍ରିଡ଼ା ପଂଚାୟତ ର ଦୁମୁଡୁମାପଳୀ ଅମୃତ ସରୋବର ଓ ଉଦୟପୁର ପଂଚାୟତ ର ସିଖରଗୋଛା ଅମୃତ ସରୋବର ଠାରେ ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଯାଇଅଛି।

ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ସବୁ ଅମୃତ ସରୋବର ଠାରେ ତ୍ରିରଙ୍ଗା ଯାତ୍ରା, ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ, ପଞ୍ଚ ସୁତ୍ରୀ ଶପଥ ପାଠ, ବୃକ୍ଷ ରୋପଣ ତଥା ବସୁଧା ବନ୍ଦନମ ଏବଂ ବୀରୋକୋ ବନ୍ଦନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଂଚ, ସମିତି ସଭ୍ୟ, ମହିଳା SHG  ସଦସ୍ୟା, ବରିଷ୍ଠ ନାଗରିକ, ସ୍କୁଲ ଛାତ୍ର ଛାତ୍ରୀ ସବୁ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସରକାର ଙ୍କର ଏହି ଅଭିନବ ପଦକ୍ଷେପ କୁ ପ୍ରଶଂସା କରିଥିଲେ। ସେହିପରି ନୂଆଗାଁ ବ୍ଲକ୍ ର ୨୨ ପଂଚାୟତ ରେ ସ୍ଵାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଯାତ୍ରା, ପଞ୍ଚ ଶୁତ୍ରୀ ଶପଥ ପାଠ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାରାଢ଼ିପି ପଂଚାୟତ ରେ ଯୋଗ ଦେଇ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ବୃକ୍ଷ ରୋପଣ କରିବା ସହ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ସିକ୍ରୀଡା ପଂଚାୟତ ର ଦୂମୁଡୁମାପଳୀ ଅମୃତ ସରୋବର ଠାରେ ଆୟୋଜିତ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର ଓ ଏପିଓ ଅମରେନ୍ଦ୍ର ସାହୁ ଯୋଗ ଦେଇ ବସୁଧା ବନ୍ଦନମ୍ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରିବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।


ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡି ସଭାପତି ସନ୍ୟାସୀ ସାମଲ ଓ ସିକ୍ରିଡା ପଂଚାୟତ ର ସରପଂଚ ସୁଷମା ପରିଡ଼ା , ସ୍ବେଛାସେବୀ ହରେଶ କୁମାର ପରିଡ଼ା, ବ୍ଲକ୍ କର୍ମଚାରୀ ଦେବରାଜ ସାମଲ, ପଂଚାୟତ ନିର୍ବାହୀ ଅଧିକାରୀ ରୀନା ପ୍ରଧାନ, GRS ନିରଞ୍ଜନ ସାହୁ ଯୋଗ ଦେଇ ଶିକ୍ରୀଡା ଅମୃତ ସରୋବର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସେହିପରି ବିଭିନ୍ନ ପଂଚାୟତ ରେ ଅନୁଷ୍ଠିତ ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଂଚ, ସମିତି ସଭ୍ୟ ସଭ୍ୟା, ସମସ୍ତ କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ ସହଯୋଗ କରିଥିଲେ। ସେହିପରି ଆଜି ସ୍ଵାଧୀନତା ଦିବସ ଅବସରରେ ସ୍ଵତ୍ତନ୍ତ୍ର ଗ୍ରାମ ସଭା ଆୟୋଜନ କରାଯାଇଥିଲା। ସମସ୍ତ ଗ୍ରାମବାସୀ ଏହି ଗ୍ରାମ ସଭାରେ ଯୋଗ ଦେଇଥିଲେ।


Post a Comment

0 Comments