ନୂଆଗାଁ ୨୩/୮ ନୂଆଗାଁ ବ୍ଲକ ଅନ୍ତର୍ଗତ ଜନଶକ୍ତି ଉଚ୍ଚ ବିଦ୍ୟାଳୟ ଚାହାଳୀ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟ ସରକାର ଙ୍କୁ ଆକାଂକ୍ଷିତ କାର୍ଯ୍ୟକ୍ରମ କ୍ରୀଡ଼ାଙ୍ଗନ ଉଯାପିତ ହୋଇଯାଇଛି। ନୂଆଗାଁ ବ୍ଲକ ଓ ଓଡ଼ଗାଁ ବ୍ଲକର ୫୮ କ୍ରୀଡ଼ା ଶିକ୍ଷକ ଶିକ୍ଷିକା ଉକ୍ତ କାର୍ଯ୍ୟକ୍ରମକୁ ଯୋଗଦେଇଥିଲେ। ନବମ ଓ ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ କାର୍ଯ୍ୟ ବହି ସମୀକ୍ଷା ଆଇଟି କୋଡ଼ିଂ ସହ କ୍ରୀଡ଼ାଆଧାରିତ ଜୀବନ ଶୈଳୀ ଶିକ୍ଷା (Life Skill of Mridangam Club) ରହିଛି। ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ କାର୍ଯ୍ୟ କରିବା ଏବଂ ଶିକ୍ଷାର୍ଥୀ ମାନଙ୍କ ସାମଗ୍ରୀକ ବିକାଶ ଲକ୍ଷ ହାସଲ କରିବା ହେଉଛି ଏହାର ଲକ୍ଷ। ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ନୈତିକ ମୂଲ୍ୟବୁଧ, ସୃଜନଶୀଳତା ଆଦି ବୃଦ୍ଧି ପାଇଥାଏ। R.P ଶ୍ରୀକାନ୍ତ ପଣ୍ଡା, ସୁବାଷ ଚନ୍ଦ୍ର ବେହେରା, ବିରଞ୍ଚି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଚିନ୍ତାମଣି ମିଶ୍ର ନିଜର ଅଭିବ୍ୟକ୍ତ ରଖିଥିଲେ। ପ୍ରଶାନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିବା ସହ ଟ୍ରେନିଙ୍ଗ କୁ ଉଦଘାଟନ କରିଥିଲେ।
0 Comments