ବନ୍ଧାଭୂଇଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭ ଉଦ୍ଘାଟିତ

 



ନୟାଗଡ ଜିଲ୍ଲା ବେରୁଆଁବାରି ପଞ୍ଚାୟତ  ବନ୍ଧାଭୂଇଁ ଗ୍ରାମରେ ଥିବା  ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ ହୋଇଯାଇଛି । ଆଜିର ଏହି ଶୁଭ ଉଦ୍ଘାଟନ ସମାରୋହରେ ସଂମ୍ମାନିତ ଅତିଥିଭାବେ ମାନ୍ୟବର ବିଧାୟକ,ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି, ନୟାଗଡ଼ ରମେଶ ଚନ୍ଦ୍ର ବେହେରା ଯୋଗଦେଥିଲେ ।  ୧୯୮୧ ମସିହାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୀର୍ଘ ୪୨ ବର୍ଷ ଧରି ବିଦ୍ୟାଳୟତି ପ୍ରାଥମିକ ବିଦ୍ୟାଳୟ ଭାବରେ  ଚାଲିଥିଲା । ଆଜି ଅନୁଷ୍ଠାନିକ ଭାବରେ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୂପାନ୍ତର ହୋଇଯାଇଛି । ଯାହାକି ଅଞ୍ଚଳରେ ଖୁଶିର ଲହରୀ ଖେଳି ଯାଇଛି ।


 ମାନ୍ୟବର ବିଧାୟକ,ଦଶପଲ୍ଲା  ଅନୁଷ୍ଠାନିକ ବ୍ଭ୍ବାରେ ନିଜ କରକମଳରେ ବିଦ୍ୟାଳୟକୁ ଶୁଭ ଉଦ୍ଘାଟନ କରିଅଛନ୍ତି । ଆଜିର ଉଦ୍ଘାଟନୀ ସଭାରେ ବିଧାୟକଙ୍କ ସମେତ ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର , ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ସାହୁ ,ସମାଜ ସେବି ସଂକର୍ଷଣ ବେହେରା , ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ବିଦ୍ୟାଳୟର ସମସ୍ତ କର୍ମଚାରୀ ,ସଞ୍ଚଳର ବୁଧିଜୀବୀ ଓ ସ୍କୁଲ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ

Post a Comment

0 Comments