ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି, ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା,ନୂଆଗାଁ ବ୍ଲକ ବିଡିଓ ସଚିଦାନ୍ଦ ମିଶ୍ର ,ନୂଆଗାଁ ବ୍ଲକ୍ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ,୧୭ ଜିଲ୍ଲାପରିସ ସଭ୍ୟା ପ୍ରତିମା ଦଲବେହେରା ଉପସ୍ଥିତ ରହିଥିଲେ । ପରାଢିପି ,ମାଈଛେଳି ,ନୂଆଗାଁ ,କୋରଡା ,ସୋରଡା ,ସିକ୍ରୀଡା,ଉଦୟପୁର ପଂଚାୟତ ରୁ ଆସିଥିବା ୮୦୨ ହିତାଧି କାରୀଙ୍କୁ ଭତା ଅଣ୍ଟନ କରଯାଇଥିଲା । ସେହିପରି ଗୁମୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନା ଆନୁକୁଲ୍ୟରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ କାପ୍ତାପଲ୍ଲୀ ,ଗୁମୀ ,ଜକେଡା ପଂଚାୟତ ର ଯୋଗ୍ୟ ୧୭୭ ଜଣହିତାଧିକାରୀଙ୍କୁ ଭତା ବଣ୍ଟନ କରଯାଇଥିଲା । କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଦଶପଲ୍ଲା ସ୍ଥାନୀୟ ୩ ଟି ପଞ୍ଚାୟତର ସରପଞ୍ଚ ,ସମିତିସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ । ସମୁଦାୟ ୯୮୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତା ଭାଣ୍ଟନ କରଯାଇଥିଲା । ମହିପୁର କଲ୍ୟାଣୀ ମଣ୍ଡପ ଠାରେ ୮ ଗୋଟି ପଞ୍ଚାୟତର ହିତାଧିକାରୀ ଉପସ୍ଥିତ ରହିଥିଲେ ସେହିପରି ବାହାଡ଼ାଝୋଲା କଲ୍ୟାଣୀ ମଣ୍ଡପ ଠାରେ ୪ ଗୋଟି ପଞ୍ଚାୟତର ହିତାଧିକାରୀ ଉପସ୍ଥିତିରେ ଭତା ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଦଶପଲ୍ଲାଙ୍କ ସହିତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଜିଲ୍ଲାପରିଷଦ ସଭ୍ୟା ଉପସ୍ଥିତ ରହିଥିଲେ । ସମୁଦୟ ୨୪୦୦ ଊର୍ଦ୍ଧ୍ଵ ହିତାଧି କାରଣକୁ ନୂତନ ଭତ୍ତା ବଣ୍ଟନ କରଯାଇଥିବାର ସୂଚନା ନୂଆଗାଁ ବ୍ଲକ ସମାଜିକ୍ଷୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଓ ରଘୁନାଥ ସାହୁ ସହଯୋଗରେ ହୋଇଥିଲା ।
0 Comments