ନୟାଗଡ ଜିଲା ନୂଆଗାଁ ବଳ୍କ ମୁଖ୍ୟ
ରାସ୍ତା ଜାତୀୟ ରାଜପଥ ୫୭ ମହିପୁର ବାସଷ୍ଟାଣ୍ଡ ରେ ଆଜି ମହିପୁର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ
୧୨ ଘଣ୍ଟିଆ ଧାରଣା ଦିଆଯାଇଥିଲା । ଧାରଣା ଦେବାର ମୁଖ୍ୟ ଉଦେଶ୍ୟ ମହିପୁର ପଞ୍ଚାୟତ ହରିଡା ବନ୍ଧଠାରେ
ଆଦର୍ଶ ବିଦ୍ୟାଳୟ ନିର୍ମାଣ । ପୂର୍ବରୁ ଧାରଣା ପାଇଁ ମହିପୁର ଆଞ୍ଚଳିକ ବିକାଶ ପରିଷଦ ସୂଚନା ଦେଇଥିଲା
। ଆଜି ସକାଳ ୮ ଘଟିକା ସମୟରେ ଏହି ଗଣ ଧାରଣା ଆରମ୍ଭ ହୋଇଥିଲା । ୧୬ ଗୋଟି ପଞ୍ଚାୟତର ଶତାଧିକ ଜନସାଧାରଣ
ଏକତ୍ରିତ ହୋଇ ଧାରଣାରେ ବସିଥିଲେ ସହିତ ଦଶପଲ୍ଲା ବିଧ୍ୟକଙ୍କୁ ବିରୋଧ କରି କୁଶପୁତଳିକା ଦାହ କରଯାଇଥିଲା
। ଆଞ୍ଚଳିକ ବିକାଶ ମଞ୍ଚର ଆବାହକ ସୁଦର୍ଶନ ସିଠଙ୍କ ନେତୃତ୍ବରେ
ଏହି ଗଣଧରଣା ଅନୁଷ୍ଠିତ ହୋଇଥିଲା । ନୂଆଗାଁ ବ୍ଲକ ଉପଧକ୍ଷା ପର୍ସୁରାମ ସ୍ଵାଇଁ ,
ପୂର୍ବତନ ବ୍ଲକ ଅଧକ୍ଷ୍ୟା ଅନ୍ତରଯାମୀ ସ୍ଵାଇଁ ,ନୟାଗଡ ଜିଲ୍ଲା କଂଗ୍ରେସ
ସଭାପତି ରଞ୍ଜିତ ଦାସ ଓ ଅନ୍ତରଯାମୀ ସାହୁ ଉପସ୍ଥିତ ରହିଥିଲେ । ପ୍ରଶାସନିକ ଅଧିକାରୀ ଭାବରେ ନୂଆଗାଁ
ତହସିଲଦାର ହେମନ୍ତ କୁମାର ନାୟକ ଧାରଣା ସ୍ଥଳରେ ପହଞ୍ଚି ଆଦର୍ଶବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସରକାରଙ୍କ ନିଷ୍ପତିକ୍ରମରେ ନୂଆଗାଁ ନିକଟରେ ଆରମ୍ଭ
କରାଗଲାଣି । ଯଦି ଆପଣ ନ୍ୟାୟ ପାଇବାକୁ ଚହୁଁଛନ୍ତି
କୋଟର ଆଶ୍ରୟ ନେବା ପାଇଁ ମତ ଦେଇଥିଲେ । ତତ ପରେ ଗଣଧରଣା ରୁ ବନ୍ଦ ହୋଇଥିଲା ।
0 Comments