ବୃକ୍ଷଙ୍କୁ ପିନ୍ଧାଗଲା ରାଖୀ
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡା ପଂଚାୟତ ମଧ୍ୟରେଥିବା ପଞ୍ଚମୁଖୀ ହନୁମାନଙ୍କ ଆରାଧ୍ୟ ପୀଠରେ ନିଆରା ଢଙ୍ଗରେ ପାଳନ ହୋଇଛି ରାଖୀ ବନ୍ଧନ । ଆଜି ମିଳିଥିବା ସୂଚନା ମୁତାବକ ପାରମ୍ପରିକ ରାଖୀ ପୁର୍ଣିମାରେ ଭଉଣୀ ଭାଇକୁ ରାଖୀ ବାନ୍ଧି ଥାଏ ।
କାରଣ ଭାଇ ଭଉଣୀଙ୍କୁ ସବୁ ସମୟରେ ସୁରକ୍ଷା ଦିଏ । ବୃକ୍ଷ ଆମର ପରମ ବନ୍ଧୁ ଯେ କି ସର୍ବଦା ପ୍ରାଣୀ ଜଗତକୁ ସୁରକ୍ଷା ଦେଇଥାଏ ।ବୃକ୍ଷ ମାନଙ୍କୁ ଆଜି ନିଆରା ଢଙ୍ଗରେ ରାଖୀ ବନ୍ଧନ କରାଯାଇଛି ।
କୋରଡା ଗ୍ରାମର ପ୍ରଶାନ୍ତ ଗୋଛାୟତ ଓ ପଞ୍ଚମୁଖୀ ହନୁମାନ କମିଟିର ସମସ୍ତ ସଭ୍ଯ ସଭ୍ଯ ମିଳିତ ସହଯୋଗରେ ବୃକ୍ଷ ମାନଙ୍କୁ ରାଖୀ ବନ୍ଧଯାଇଥିଲା ।ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ଓ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା,ଚିନ୍ମୟ କୁମାର ପ୍ରଧାନ ଓଡିଆ ଅଧ୍ୟାପକ ,ବନପାଳ ରାକେଶ କୁମାର ସାହୁ ,ଜିପିଓ ଅମରେନ୍ଦ୍ର ସାହୁ ,ଉମେଶ ମହାପାତ୍ର କନିଷ୍ଠ ଜନ୍ତ୍ରୀ , ନିରୂପମା ପାତ୍ର କୋରଡା ସରପଞ୍ଚ,ଭରତ ଚନ୍ଦ୍ର ପ୍ରଧାନ ,ଗୋଲେଖ ବିହାରୀ ଗୋଛାୟାତ,ବିରଞ୍ଚିନରାୟନ ଚମ୍ପତି ,ତପୋଇ ଶେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପଞ୍ଚମୁଖୀ ହନୁମାନ ପୀଠରେ ପୂଜାର୍ଚନା କରି ବୃକ୍ଷ ମାନଙ୍କୁ ସମସ୍ତ ଅତିଥି ମାନେ ରାଖୀ ବାନ୍ଧିଥିଲେ । ପାହାଡ ଉପରେ ଏପରି ମନୋରମ ଦ୍ରୁଶ୍ଯ ଦେଖି ବିଡିଓ ସ୍ତମ୍ବିଭୂତ ହୋଇଯାଇଥିଲେ । ଏପରି ଏକ ନିଆରା ଢଙ୍ଗରେ ବୃକ୍ଷ ମାନଙ୍କୁ ରାଖୀ ବାନ୍ଧିବାର କାର୍ଯ୍ୟକ୍ରମକୁ ଅଞ୍ଚଳର ବାସି ଭୁଇଅସି ପ୍ରଶଂସା କରିଥିଲେ ।
0 Comments